ରାମଦେବ କହୁଛନ୍ତି ଲୋକଙ୍କୁ ୩୫ ଟଙ୍କାରେ ତେଲ ଯୋଗାଇବେ, ଲୋକେ ତାଜୁବ

ନୂଆଦିଲ୍ଲୀ: ଦେଶରେ ତେଲଦର ବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିବାବେଳେ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି । ଏହି ସମୟରେ ବାବା ରାମଦେବ ଏପରି ଏକ କଥା କହିଛନ୍ତି, ଯେ ଲୋକେ ଭାବୁଛନ୍ତି ଯେ ସେ ପାଗଳ ହୋଇଗଲେଣି । ଏନଡିଟିଭିର ୟୁଥ କନକ୍ଲେଭରେ ଯୋଗଦେଇ ସେ କହିଛନ୍ତି ଯେ ସରକାର ଯଦି ତାଙ୍କୁ ଅନୁମତି ଦିଅନ୍ତି ଓ କିଛି ଟିକସ ରିହାତି ଦିଅନ୍ତି, ସେ ଲୋକମାନଙ୍କୁ ୩୫ରୁ ୪୦ ଟଙ୍କାରେ ପେଟ୍ରୋଲ, ଡିଜେଲ ଯୋଗାଇଦେବେ । ରାମଦେବଙ୍କ ଏହି କଥାକୁ ନେଇ ସବୁଆଡେ ଚର୍ଚ୍ଚା ଉଠିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁଁ ସରକାର ଅସୁବିଧାରେ ପଡିପାରନ୍ତି । ତେଲକୁ ଜିଏସଟି ଅଧିନକୁ ଆଣିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହା ହେଲେ ତେଲ ଦର କମିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ସେ ବିଜେପି ସରକାରଙ୍କୁ ସମର୍ଥନ କରିବେ କିନ୍ତୁ ପ୍ରଚାର କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର