ଯେ କୌଣସି ଦିନ ପ୍ରକାଶ ପାଇପାରେ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ମାମଲାର ରାୟ; ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ନିକଟକୁ ‘ଆଡ୍‌ଭାଇଜରି’ ପଠାଇଲା ସ୍ବରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ‌ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ ବିବାଦୀୟ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ମାମଲାର ରାୟ ଆସନ୍ତା ୧୭ ତାରିଖ ପୂର୍ବରୁ ଯେ ‌େକୗଣସି ଦିନ ପ୍ରକାଶ ପାଇବ। ଏ ମାମଲା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ସ୍ପର୍ଶକାତର ମାମଲା। ଅନ୍ୟପକ୍ଷରେ ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ସମଗ୍ର ବିଶ୍ବର ନଜର ମଧ୍ୟ ରହିଛି। ଏ ପରିସ୍ଥିତିରେ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ମାମଲାରେ ‌ସୁପ୍ରିମ୍‌ କୋର୍ଟଙ୍କ ରାୟ ପ୍ରକାଶନକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କ ନିକଟକୁ ଏକ ପ୍ରସ୍ତାବନା ‘ଆଡ୍‌ଭାଇଜରି’ ପଠାଯାଇଛି। ଏହି ‘ଆଡ୍‌ଭାଇଜରି’ରେ ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏ ବ୍ୟାପାରରେ ମାତ୍ରାଧିକ ସତର୍କତା ଅବଲମ୍ନନ କରିବା ସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି।

The Hindu

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀ ମନ୍ତ୍ରୀ ଓ ଦଳୀୟ ସାଂସଦମାନଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ରାୟ କୌଣସି ପ୍ରକାରର ଟିକ୍କାଟିପ୍ପଣୀ ନଦେଇ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ନିଜ ନିଜର ନେତା ଓ କର୍ମୀମାନଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ରାୟ କୌଣସି ପ୍ରକାରର ଟିକ୍କାଟିପ୍ପଣୀ ନଦେଇ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର