କୋଲକତା : ଯାଦବପୁର ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ତୀବ୍ର ବିରୋଧ

କୋଲକତା : ଆଜି କୋଲକତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ହଟହଟାହେବାକୁ ପଡିଛି । ବାମପନ୍ଥୀ ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଓ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଆସୋସିଏସନର ଛାତ୍ରମାନେ ଘେରିଯାଇ ତାଙ୍କୁ ଅସଦାଚରଣ କରିବା ସହ ତୀବ୍ର ବିରୋଧ କରିଛନ୍ତି । ଏବିଭିପି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାବୁଲ ସେଠାକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ କୂଳପତି ସୁରଞ୍ଜନ ଦାସ ଆହତ ହୋଇଛନ୍ତି । ଏହି ଘଟଣାରେ ରାଜ୍ୟପାଳ ଜଗଦୀପ ଧନଙ୍କର ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ।

ସମ୍ବନ୍ଧିତ ଖବର