ଏଠାରେ ମହିଳାମାନଙ୍କୁ ଜୋର ଜବରଦସ୍ତ ଗର୍ଭବତୀ କରାଯାଏ, ନାଁ ଦିଆଯାଏ ବେବି ଫାର୍ମଂ

ଆପଣ କୁକୁଡା ଫାର୍ମ କିମ୍ବା ଛେଳି ଫାର୍ମ ବିଷୟରେ ଜାଣିଥିବେ। କିନ୍ତ ବେବି ଫାର୍ମ ବି‌ଷୟରେ ଜାଣିଛନ୍ତି କି ? ନାଇଜେରିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମହିଳାମାନଙ୍କୁ ଜୋର ଜବରଦସ୍ତ ଗର୍ଭବତୀ କରାଯାଏ । ଏହା ଅପରାଧ ହୋଇଥିଲେ ମଧ୍ୟ ସର୍ବସମ୍ମୁଖରେ ଖୋଲା ଖୋଲି ଭାବେ ଏହି କାର୍ଯ୍ୟ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୧୬ରୁ ୧୮ ବର୍ଷ ଝିଅମାନଙ୍କ ସହ ଏହି ପରି କାମ ହୋଇଥାଏ । ଅନାଥାଶ୍ରମରେ ରହୁଥିବା ବାପ-ମା’ ଛେଉଣ୍ଡ ଓ ଗରିବ ଝିଅମାନଙ୍କୁ ବେବି ଫାର୍ମ ନିଜର ଶିକାର ବନାଇଥାନ୍ତି । ଏହି ଝିଅଙ୍କୁ ଜବରଦସ୍ତ ଗର୍ଭବତୀ କରିଥାନ୍ତି । ଆପଣ ଭାବୁଥିବେ ଏମାନେ ଏପରି କାହିଁକି କରନ୍ତି ?

ପ୍ରକୃତରେ ଏହି ବେବି ଫାର୍ମ ପରିଚାଳକମାନେ ଯେଉଁ ଲୋକଙ୍କର ପିଲାପିଲି ନ ହୁଅନ୍ତି ସେମାନଙ୍କୁ ଗରିବ ଝିଅଙ୍କ ଜନ୍ମିତ ଏହି ଶିଶୁକୁ ବିକ୍ରି କରିଥାନ୍ତି । ଯଦି ପୁଅ ହୁଏ ତା’ହେଲେ ୫୦୦୦ ଡଲାର ଓ ଯଦି ଝିଅ ହୁଏ ତେବେ ୪୦୦୦ ଡଲାରରେ ବିକ୍ରି କରାଯାଏ । ଗର୍ଭବତୀ ଥିବା ସମୟରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଏହି କାର୍ଯ୍ୟ ପୂରା କରାଯାଏ । ନାଇଜେରିଆରେ ଗର୍ଭପାତ ଅପରାଧ ଅଟେ । ଏହାର ଫାଇଦା ଉଠାଇ ଏହି ଲୋକମାନେ କୁକୁଡା ଫାର୍ମ ଚଳାଇଲା ଭଳି ବେବି ଫାର୍ମ ଚଲାଇଥାନ୍ତି ।

ସମ୍ବନ୍ଧିତ ଖବର