ବାହାରିନର ୨୦୦ ବର୍ଷ ପୁରଣା ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମାନାମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନର ମାନାମାଠାରେ ଥିବା ୨୦୦ ବର୍ଷ ପୁରଣା ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେହି ମନ୍ଦିରରେ ଥିବା ଏକ ଭାରତୀୟ ଦୋକାନରୁ ମିଠା ପ୍ରସାଦ କିଣି ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ସେ ନିଜର ରୁପୟେ କାର୍ଡ ଜରିଆରେ ଏହା କିଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ମନ୍ଦିରର ପୁନଃନିର୍ମାଣ ପରିଯୋଜନାର ଶୁଭାରମ୍ଭ କରି ପ୍ରାର୍ଥନା କରିଛନ୍ତି । ଏହି ପରିଯୋଜନାରେ ୪୨ ଲକ୍ଷ ଡଲାର ନିବେଶ କରାଯାଇଛି । ମୋଦୀ ହେଉଛନ୍ତି ବାହାରିନ ଗସ୍ତରେ ଯାଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାହାରିନର ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ସହ ସାକ୍ଷାତ କରିଥିଲେ । ଭାରତ ଏବଂ ବାହାରିନ ସମ୍ପର୍କ ସୁଦୃଢ କରିବା ପାଇଁ ଉଭୟ ନେତା ଆଲୋଚନା କରିଥିଲେ । ଦୁଇ ଦେଶର ନେତାଙ୍କ ମଧ୍ୟରେ ବ୍ୟାପାରିକ ଏବଂ ସାଂସ୍କୃତିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା ହୋଇଥିଲା । ମୋଦୀଙ୍କ ବାହାରିନ ଯାତ୍ରାକୁ ନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ କରି ଜଣାଇଛନ୍ତି କି, ମୋଦୀ ବାହରିନର ଅହଦ ସଲମାନ ବିନ ହମାଦଙ୍କ ସହ ସାକ୍ଷାତ କରିଛନ୍ତି । ସେ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ସୁଦୃଢ କରିବା ପାଇଁ ଚର୍ଚ୍ଚା କରିଛନ୍ତି।

photo-ANI

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନର ୨୦୦ ବର୍ଷ ପୁରଣା ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର