ଦିଲ୍ଲୀ ଓ ଏନ୍‌ସିଆର୍‌ରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ଆଖପାଖ ଅଂଚଳ ନୋଏଡା, ଗ୍ରେଟର ନୋଏଡା, ଫରିଦାବାଦ, ଗାଜିଆବାଦ, ସାହିବାବାଦ, ଗୁରୁଗ୍ରାମ ଆଦି ଅଞ୍ଚଳରେ ଥିବା ୨୫ଟି ଜଗନ୍ନାଥ ମନ୍ଦିରରେ ଆଜି ବାହୁଡ଼ା ଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଛି। ଦିଲ୍ଲୀର ପ୍ରତିଷ୍ଠିତ ହଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ। ବାହୁଡ଼ା ଯାତ୍ରାରେ ପ୍ରବାସୀ ଓଡ଼ିଆଙ୍କ ସମେତ ବହୁସଂଖ୍ୟାରେ ଜଗନ୍ନାଥପ୍ରେମୀ ସାମିଲ ହୋଇଥିଲା। ବାହୁଡ଼ା ଯାତ୍ରା ଅବସରରେ ଭଜନ, ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଥିଲା।

ସମ୍ବନ୍ଧିତ ଖବର