ବୈଜୟନ୍ତଙ୍କ ଇସ୍ତଫା ଗୃହୀତ ହେଲା: ବାଚସ୍ପତି

ନୂଆଦିଲ୍ଲୀ : କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ ହୋଇଥିବା ସଂପର୍କରେ ଆଜି ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ଅବଗତ କରିଛନ୍ତି। ବାଚସ୍ପତି କହିଲେ, ଗତକାଲି ସାଂସଦ ଶ୍ରୀ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୁନ ୭ ତାରିଖରେ ଶ୍ରୀ ପଣ୍ଡା ଲୋକସଭା ଆସନରୁ ଇସ୍ତଫା ଦେଇଥିବା ସଂପର୍କରେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ। ଗତ ୫ ତାରିଖରେ ସେ ବାଚସ୍ପତିଙ୍କୁ ଭେଟି ଏ ନେଇ ଆଲୋଚନା କରିଥିଲେ। ପରେ ୧୭ ତାରିଖରେ ଇସ୍ତଫା ଗ୍ରହଣ କରିବାକୁ ସେ ପୁଣି ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର