ବାଜପେୟୀଙ୍କୁ ମନେ ପକାଉଛି ତିହାର ଜେଲ୍‌-୧

ନୂଆଦିଲ୍ଲୀ: ତିହାର ଜେଲ୍‌ର ଜେଲ୍‌ ନମ୍ବର-୧ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି। ୧୯୭୫ ମସିହା ଜରୁରୀ ସ୍ଥିତି ସମୟରେ ବାଜପେୟୀ ତିହାର ଜେଲ୍‌ରେ ବନ୍ଦୀ ଥିଲେ। ତେବେ ପ୍ରାରମ୍ଭରେ ସେ ବେଙ୍ଗାଲୁରୁ ଜେଲ୍‌ରେ ବନ୍ଦୀ ରହିଥିବା ବେଳେ ପରେ ଏଠାକୁ ସ୍ଥାନାନ୍ତର ହୋଇଥିଲେ। ଆଜି ଜେଲ୍‌ଅନ୍ତେବାସୀ ବାଜପେୟୀଙ୍କୁ ମନେ ପକାଇଛନ୍ତି। ବାଜପେୟୀଙ୍କ ଉଦ୍ଦେଶ୍ୟରେ ଜେଲ୍‌ରେ ଶୋକ ପାଳନ ହୋଇଛି। ଶୁକ୍ରବାର ଦିନ ସକାଳେ ଜେଲ୍‌ ପରିସରରେ ଅନ୍ତେବାସୀଙ୍କ ମଧ୍ୟରେ ପେଣ୍ଟିଂ ଏବଂ ରଚନା ପ୍ରତିଯୋଗିତା ହୋଇଥିଲା। ଜେଲ୍‌ରେ ଅନ୍ତେବାସୀମାନେ ଟେଲିଭିଜନରେ ବାଜପେୟୀଙ୍କ ଶେଷଯାତ୍ରା ଦେଖିଥିଲେ। ଜେଲ୍‌ ନମ୍ବର ଓ୍ଵାନ୍‌ର ସୁପରିନଟେଣ୍ଡେଣ୍ଟ୍‌ ରାକେଶ କୁମାର କହନ୍ତି ଯେ ୧୯୭୫ ମସିହା ଜରୁରୀ ସ୍ଥିତି ସମୟରେ ବାଜପେୟୀଙ୍କ ସମେତ ଅନେକ ସଂଖ୍ୟାରେ ନେତା ତିହାର ଜେଲ୍‌-୧ରେ ବନ୍ଦୀ ଥିଲେ।

ସମ୍ବନ୍ଧିତ ଖବର