ବିଶ୍ୱ ନଂ୧ ହେଲେ ଭାରତର ରେସଲର ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ : ଭାରତର ରେସଲର ବଜରଙ୍ଗ ପୁନିଆ ନିଜ କ୍ୟାରିୟରର ସର୍ବୋଚ୍ଚ ଶିଖରରେ ପହଞ୍ଚିଛନ୍ତି । ୬୫ କିଲୋଗ୍ରାମ ବର୍ଗରେ ଶନିବାରଦିନ ସେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇଛନ୍ତି । ୨୪ ବର୍ଷୀୟ ବଜରଙ୍ଗ ଚଳିତ ସିଜିନରେ ମୋଟ ୫ଟି ମେଡାଲ ପାଇଛନ୍ତି । ତା ମଧ୍ୟରୁ ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡା, ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଏବଂ  ବିଶ୍ୱ ଚାମ୍ପିୟନସିପରେ ଗୋଟିଏ ରୋପ୍ୟ ଅନ୍ତର୍ଭୁକ୍ତ ।  ଏ ସଂପର୍କରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସବୁ ଆଥଲେଟଙ୍କର ଇଚ୍ଛା ଥାଏ ଦିନେ ବିଶ୍ୱର ନଂ୧ ହେବା । କିନ୍ତୁ ମୁଁ ଯଦି ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ସହ ୧ ନମ୍ବର ହୋଇଥାନ୍ତି ତେବେ  ଆହୁରି ଖୁସି ହୋଇଥାନ୍ତି । ତେବେ ଏଥିରେ ନିରାଶ ହେବାର ନାହିଁ । ଏବେ ଖୁବ ପରିଶ୍ରମ କରୁଛି । ଆଗାମୀ  ଦିନରେ  ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ସହ ୧ ନମ୍ବର ସ୍ଥାନ ଅଧିକାର କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର