ବାସ୍ତବ ଜୀବନର ବଜରଙ୍ଗୀ ଭାଇଜାନ

ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାରର ବ୍ୟକ୍ତି ରହିଛନ୍ତି । ତେବେ କିଛି ସାଧାରଣ ହୋଇଥିବା ବେଳେ କିଛି ରହିଥାନ୍ତି ଅସାଧାରଣ । ସେହିଭଳି ଏକ ଘଟଣା ବର୍ତ୍ତମାନ ସର୍ବସମ୍ମୁଖକୁ ଆସିଛି । ମଧ୍ୟପ୍ରଦେଶର ଦେବାସ ଜିଲ୍ଲାର ମକୋଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛନ୍ତି ବଜରଙ୍ଗୀ ଭାଇଜାନ । ସେ ବର୍ତ୍ତମାନ ହିନ୍ଦୁ ମୁସଲିମଙ୍କ ମିଶ୍ରଣର ପ୍ରତୀକ ପାଲିଟିଛନ୍ତି।
ପ୍ରକୃତରେ ବଜରଙ୍ଗୀ ଭାଇଜାନ ନାମରେ ଚର୍ଚ୍ଚିିତ ଛାତ୍ରଙ୍କ ସଂପୂର୍ଣ୍ଣ ନାମ ରହିଛି ଶୋହେଲ ଶାହା । ଶୋହେଲଙ୍କର ଛୁଆଟି ବେଳୁ ହିଁ ପିଠି ପାଖରୁ ହନୁମାନଙ୍କ ସଦୃଶ ଲାଞ୍ଜ ବାହାରିଥିବା ବେଳେ ଓଠ ମଧ୍ୟ ସେହିଭଳି ରହିଥିଲା । ତେବେ ଅସ୍ତ୍ରପ୍ରଚାର ପରେ ତାଙ୍କର ଓଠକୁ ସାଧାରଣ କରାଯାଇଥିଲେ ମଧ୍ୟ ଲାଞ୍ଜ ସେହିଭଳି ହିଁ ରହିଛି। ଏଣୁ ଶୋହେଲଙ୍କୁ ସଂପୂର୍ଣ୍ଣ ଗ୍ରାମବାସୀ ଏବଂ ପାଖଆଖର ଗ୍ରାମବାସୀ ବଜରଙ୍ଗୀ ଭାଇଜାନ ବୋଲି ସମ୍ମାନ ପ୍ରଦାନ କରିଥାନ୍ତି ।
ଶୋହେଲଙ୍କ ଦାଦା କହିଛନ୍ତି ଶୋହେଲଙ୍କ ବୟସ ୧୩ ବର୍ଷ ରହିଥିବା ବେଳେ ସେ ଗ୍ରାମର ସରକାରୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ । ତେବେ ଶୋହେଲଙ୍କୁ ବିଦ୍ୟାଳୟରେ ମଧ୍ୟ ସମସ୍ତେ ସମ୍ମାନ ଦେବା ସହ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ବଜରଙ୍ଗୀ ଭାଇଜାନ ବୋଲି ସମ୍ଭୋଧନ କରିଥାନ୍ତି। ଧର୍ମ ଏବଂ ଜାତି ନାମରେ ଝଗଡ଼ା କରୁଥିବା ଦେଶରେ ଜାତିବାଦର ପ୍ରକୃତ ଉଦାହରଣ ପାଲିଟିଛନ୍ତି ଶୋହେଲ ।

ସମ୍ବନ୍ଧିତ ଖବର