ବାଳାଶ୍ରମ ପଞ୍ଜୀକରଣ ବାଧ୍ୟତାମୂଳକ

ପିଲାଙ୍କ ଯତ୍ନ ପାଇଁ ସର୍ବନିମ୍ନ ମାନକ ନିର୍ଦ୍ଧାରଣ ହେବ

ନୂଆଦିଲ୍ଲୀ : ଦେଶରେ ଥିବା ବାଳାଶ୍ରମ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ପ୍ରସ୍ତୁତ କରୁଛି। ଏଥିରେ ପିଲାମାନଙ୍କର ଯତ୍ନ ଲାଗି ସର୍ବନିମ୍ନ ମାନକ ନିର୍ଦ୍ଧାରଣ କରାଯିବ। ଅନ୍ୟପକ୍ଷରେ ବାଳାଶ୍ରମଗୁଡ଼ିକର ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି, ସ୍କୁଲ୍‌ଗୁଡ଼ିକ ସହ ଥିବା ଛାତ୍ରାବାସଗୁଡ଼ିକ ସହିତ ଅନ୍ୟ ଅନୁଷ୍ଠାନ ଏବଂ କେନ୍ଦ୍ରର ସେବାଶ୍ରମରେ ରହୁଥିବା ପିଲାମାନଙ୍କୁ ସମାନ ସୁରକ୍ଷା ଓ ଯତ୍ନର ଆବଶ୍ୟକତା ରହିଛି। ସେଥିଲାଗି ପିଲାମାନଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ଏବଂ ସେମାନଙ୍କ ଯତ୍ନ ପାଇଁ ନିର୍ଦ୍ଦେଶାବଳି ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ନିର୍ଦ୍ଦେଶାବଳି ମୁତାବକ ସେବାଶ୍ରମଗୁଡ଼ିକର ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ। ମହିଳା ଓ ଶିଶୁବିକାଶ ମନ୍ତ୍ରାଳୟ ଏହି ନିର୍ଦ୍ଦେଶାବଳିକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ପଠାଇବ, ଯଦ୍ଦ୍ବାରା ବୋର୍ଡିଂ ସୁବିଧା ଥିବା ସ୍କୁଲ୍‌ରେ ଏ ନେଇ ସୂଚନା ଦିଆଯାଇ ପାରିବ।

ସମ୍ବନ୍ଧିତ ଖବର