ସୋନୁ ନିଗମଙ୍କୁ ହତ୍ୟା ଯୋଜନା କରିଥିଲେ ବାଲ୍‌ ଠାକ୍‌ରେ: ନିଲେଶ ରାଣେ

ମୁମ୍ବାଇ: କଂଗ୍ରେସର ପୂର୍ବ ସାଂସଦ ନିଲେଶ ରାଣେ ଦିବଂଗତ ଶିବ୍‌ସେନା ସୁପ୍ରିମୋ ବାଲ୍‌ ଠାକ୍‌ରେଙ୍କୁ ନେଇ ଆଜି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବାଲ୍‌ ଠାକ୍‌ରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ ବୋଲି ନିଲେଶ କହିଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି। କେବଳ ଯୋଜନା ନୁହେଁ, ବାଲ୍‌ ଠାକ୍‌ରେ ଅନେକ ଥର ସୋନୁଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିଲେ ଏବଂ ଏ ବିଷୟରେ ସୋନୁ ଭଲଭାବେ ଅବଗତ ଥିଲେ ବୋଲି କହିଛନ୍ତି ନିଲେଶ।
ପୂର୍ବ ଶିବସେନା ନେତା ନାରାୟଣ ରାଣେଙ୍କ ପୁଅ ନିଲେଶଙ୍କ କହିବା ଅନୁଯାୟୀ, ବାଲା ସାହେବ୍‌ ଅନେକ ଥର ସୋନୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସୋନୁ ନିଗମ ଏବଂ ବାଲ୍‌ ଠାକ୍‌ରେଙ୍କ ପରିବାର ମଧ୍ୟରେ କ’ଣ ସଂପର୍କ ରହିଛି ଓ ବାଲ୍‌ ସାହେବ୍‌ଙ୍କ କର୍‌ଜତ୍‌ ଫାର୍ମ ହାଉସ୍‌ରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି, ଏ ସବୁ ବିଷୟରେ କହିବା ପାଇଁ ଆମକୁ ବାଧ୍ୟ କର ନାହିଁ ବୋଲି ନିଲେଶ କହିଛନ୍ତି। ଏବେ ନାରାୟଣ ରାଣେ ବିଜେପିରେ ଅଛନ୍ତି ଏବଂ ନିଲେଶଙ୍କ ଏଭଳି ଆରୋପ ପରେ ବିଜେପି-ଶିବସେନା ମଧ୍ୟରେ ତିକ୍ତତା ଆହୁରି ବଢ଼ିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର