ଭାଇରାଲ ହେଉଛି ଫଟୋ : କ୍ୟାପ୍‌ସନ୍‌ରେ ଲେଖାଯାଇଛି ‘୪ଦିନ ହେଲାଣି ପାକିସ୍ତାନରେ କବର ଖୋଳା ଯାଉଛି ଆଉ ତୁମେ ଏବେ ବି ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରମାଣ ମାଗୁଛ’

ନୂଆଦିଲ୍ଲୀ : ଫେବୃଆରି ୧୪ ତାରିଖରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଭାରତୀୟ ଯବାନମାନଙ୍କ ଉପରେ ଆକ୍ରମଣ କରିବା ପରେ ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଏହା ପରେ ଭାରତ ଏହାର ଜାବାବ ଦେବାକୁ ଯାଇ ଆକ୍ରମଣ ପାଇଁ ଦାୟୀ ଥିବା ସଂଗଠନ ଜୈସ-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ । ଯେଉଁଥିରେ ପାଖାପାଖି ୩୦୦ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା । ତେବେ ଏୟାର ଷ୍ଟ୍ରାଇକ୍‌କୁ ନେଇ ଅନେକ ଲୋକ ପ୍ରମାଣ ମାଗୁଥିବା ବେଳେ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଥିବା ଦେଖା ଯାଇଥିଲା ।

bhaskar.com

ଫଟୋରେ କିଛି ଲୋକ କବର ଖୋଳୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋର କ୍ୟାପ୍‌ସନ୍‌ରେ, ‘୪ଦିନ ହେଲାଣି ପାକିସ୍ତାନ କବର ଖୋଳିବାରେ ଲାଗିଛି, ଆଉ ତୁମେ ଏବେ ବି ପ୍ରମାଣରେ ଅଟକିଛ’ ବୋଲି ଲେଖା ଯାଇଥିବା ବେଳେ ଏହାର ସତ୍ୟତାକୁ ନେଇ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା । ପ୍ରକୃତରେ ଏହା ସତ, ନାଁ ଏହା ଏକ ପୁରୁଣା ଫଟୋ ବୋଲି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏବେ ଫଟୋ ପଛର ସତ ସାମ୍ନାକୁ ଆସିଛି । ଫଟୋଟି ୨୦୧୩ର ବୋଲି ଜଣା ପଡ଼ିଛି । ୨୦୧୩ରେ ପାକିସ୍ତାନର କ୍ୱେଟାରେ ହୋଇଥିବା ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଏହି କବର ଖୋଳା ଯାଇଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର