‘ବଲ୍ଲେ ସେ ଛକା ମାର୍‌ ସକତା ହୁଁ, ତଲ୍‌ଓ୍ଵାର ସେ ଇନ୍‌ସାନ’ କିଛି ଏଭଳି କହି ଭାରତକୁ ଧମକାଇଲେ ପୂର୍ବତନ ପାକ୍‌ କ୍ରିକେଟର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ-ପାକ୍‌ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଲଗାତାର ଭାବେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯୁଦ୍ଧ ପାଇଁ ଭାରତକୁ ଧମକ ଦେଇ ଆସୁଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ବିବାଦୀୟ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତକୁ ଧମକ ଦେଉଥିବା ଦେଖାଯାଇଛି । କ୍ରିକେଟରଜଣଙ୍କ ଜାଭେଦ ମିୟାଁଦାଦ୍‌ ବୋଲି ଜଣା ପଡ଼ିଥିବା ଭିଡିଓରେ ସେ ଖଣ୍ଡା ବୁଲାଉଥିବା ଦେଖାଯାଇଛି ।

ପାକିସ୍ତାନ କ୍ରିକେଟ ଟିମ୍‌ର ଜର୍ସି ପିନ୍ଧି ସେ ‘ବଲ୍ଲେ ସେ ଛକା ମାର୍‌ ସକତା ହୁଁ, ତଲ୍‌ଓ୍ଵାର ସେ ଇନ୍‌ସାନ’ ବୋଲି କହୁଥିବା ଦେଖାଯାଇଛି । ଭାଇରାଲ ହୋଇଥିବା ଭିଡିଓରେ, କଶ୍ମୀର ଭାଇ ମାନେ ଚିନ୍ତା କର ନାହିଁ । ଆମେ ତୁମ ସହ ଅଛୁ । ମୋ ପାଖରେ ବ୍ୟାଟ୍‌ ଅଛି, ଯାହା ସାହାଯ୍ୟରେ ମୁଁ ଛକା ମାରିଥିଲି । ଏବେ ମୋ ପାଖେ ଖଣ୍ଡା ଅଛି । ଯଦି ମୁଁ ବ୍ୟାଟ୍‌ରେ ଛକା ମାରି ପାରୁଛି, ତେବେ ଖଣ୍ଡାରେ ମଣିଷ କାହିଁ ମାରି ପାରିବି ନାହିଁ ବୋଲି କହୁଛନ୍ତି ଜାଭେଦ ମିୟାଁଦାଦ୍‌ ।

ସମ୍ବନ୍ଧିତ ଖବର