ବେଲୁଚିସ୍ତାନରେ୧୪ ବସଯାତ୍ରୀଙ୍କୁ ହତ୍ୟା

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ରଚିଛନ୍ତି ପୁଣି ଏକ ହତ୍ୟାକାଣ୍ଡ। ଏକ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଗୁଳି କରି ହତ୍ୟା କିରଛନ୍ତି। ଏଥିରେ ୨ ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସୀମାନ୍ତ ସେନାର ଯବାନଙ୍କ ପୋଷାକ ପିନ୍ଧି ପ୍ରାୟ ୧୫-୨୦ ଜଣ ଆତଙ୍କବାଦୀ ଓର୍‌ମାର୍‌ରୁ କରାଚି ଯାଉଥିବା ବସଗୁଡିକୁ ମକ୍‌ରାନ ରାଜପଥରେ ଅଟକାଇଥିଲେ। ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇ ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ। ୧୪ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରେ ପାକିସ୍ତାନ ନୌସେନାର ଜଣେ କର୍ମଚାରୀ ଏବଂ ତଟରକ୍ଷିବାହିନୀର ଜଣେ କର୍ମଚାରୀ ଅଛନ୍ତି। ଏହି ଆକ୍ରମଣ କେଉଁ ଆତଙ୍କବଦୀ ସଂଗଠନ ରଚିଛି ତାହା ଜଣାପଡିନାହିଁ। ଏହି ହତ୍ୟାକାଣ୍ଡର ସମ୍ପୂର୍ଣ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ଏବଂ ଆତଙ୍କବାଦୀଙ୍କୁ ଧରିବାକୁ ଅଭିଯାନ ଜାରି ରହିଥିବା ବାଲୁଚିସ୍ତାନ ଗୃହମନ୍ତ୍ରୀ ମୀର୍‌ ଜ଼ିଆ ଲଂଗବ ସୂଚନା ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ହତ୍ୟାକାଣ୍ଡର ନିନ୍ଦା କରିଛନ୍ତି। ସ୍ମରଣଯୋଗ୍ୟ, ଗତ ସପ୍ତାହରେ ଏକ ଆତ୍ମଘାତୀ ବିସ୍ଫୋରଣରେ ବାଲୁଚିସ୍ତାନର ‌େକ୍ବଟା ସହରରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡରେ ସଂଖ୍ୟାଲଘୁ ସମୁଦାୟ ହଜାରାଙ୍କୁ ଟାର୍ଗେଟ କରାଯାଇଥିବା କୁହାଯାଉଥିଲେ ମଧ୍ୟ ସରକାରଙ୍କ ତରଫରୁ ଏହାକୁ ଖଣ୍ଡନ କରାଯାଇଥିଲା।

ସମ୍ବନ୍ଧିତ ଖବର