ଭାରତରେ ତାଲିମପ୍ରାପ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କ ପ୍ରତି ଚୀନ୍‌ର ନିଷିଦ୍ଧାଦେଶ

ବେଜିଙ୍ଗ୍‌: ବୌଦ୍ଧଧର୍ମ ଶିକ୍ଷା ଦେଉଥିବା କେତେକ ତିବ୍ଦତୀୟ ସନ୍ନ୍ୟାସୀଙ୍କ ବିରୋଧରେ ନିଷିଦ୍ଧାଦେଶ ଜାରି କରିଛି ଚୀନ୍‌ର ଏକ କାଉଣ୍ଟି। ଭାରତରୁ ଭୁଲ୍‌ ଭାବେ ଶିକ୍ଷା ଗ୍ରହଣ କରିଥିବାରୁ ସେମାନେ ବିଚ୍ଛିନ୍ନତାବାଦୀ ବିଷୟବସ୍ତୁ ପ୍ରସାର କରାଇପାରନ୍ତି ବୋଲି ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି।

ଭାରତରୁ ଭୁଲ୍‌ ଭାବେ ଶିକ୍ଷା ଗ୍ରହଣ କରିଥିବା ସନ୍ନ୍ୟାସୀମାନଙ୍କୁ ଦକ୍ଷିଣପଶ୍ଚିମ ଚୀନ୍‌ର ସିଚୁଆନ୍‌ ପ୍ରଦେଶ ଅନ୍ତର୍ଗତ ଲିଟାଙ୍ଗ୍‌ କାଉଣ୍ଟିର ବାସିନ୍ଦାମାନଙ୍କୁ ବୌଦ୍ଧଧର୍ମ ଶିକ୍ଷା ଦେବାରୁ ସେମାନଙ୍କୁ ବାରଣ କରାଯାଇ ଥିବା କଥା ସୋମବାର ଦିନ ଜଣେ ଅଧିକାରୀ କହିଥିବା କଥା ଗ୍ଲୋବାଲ୍‌ ଟାଇମ୍‌ସ୍‌ କହିଛି।

ଭାରତରେ ତିବ୍ଦତୀୟ ବୌଦ୍ଧଧର୍ମ ଅଧ୍ୟୟନ କରି ସର୍ବୋଚ୍ଚ ଶିକ୍ଷାଗତ ଡିଗ୍ରି ପ୍ରାପ୍ତ ବିଦ୍ୟାର୍ଥୀମାନଙ୍କୁ କାଉଣ୍ଟି ଦେଶାତ୍ମବୋଧ ଶିକ୍ଷା ଦେଇ ଜେଜେ ଲାରମ୍ପା ଡିଗ୍ରି ଦେଇଥାଏ ବୋଲି ଜଣେ ଅଧିକାରୀ କହିଛନ୍ତି।

ଯେଉଁମାନେ ଦେଶାତ୍ମବୋଧ ଶ୍ରେଣୀରେ ସଠିକ ଆଚରଣ ପ୍ରଦର୍ଶନ କରନ୍ତି ନାହିଁ ବା କୌଣସି ବିଚ୍ଛିନ୍ନତାବାଦର ଲକ୍ଷଣ ଦେଖାନ୍ତି ତାଙ୍କ ଉପରେ କଠୋର କଟକଣା ଲାଗେ ଏବଂ ସର୍ବସାଧାରଣରେ ସେମାନଙ୍କୁ ବୌଦ୍ଧଧର୍ମ ଶିକ୍ଷା ଦାନ କରାଇବାରୁ ନିଷିଦ୍ଧ କରାଯାଇଥାଏ।

ଦେଶର ଭୀଷଣ ବିଚ୍ଛିନ୍ନତା ବାଦ ପରିସ୍ଥିତି ଯୋଗୁଁ ପ୍ରତିବର୍ଷ ଏଭଳି ବ୍ୟବସ୍ଥା ଚାଲିଛି।

ଚୀନ୍‌ ଦୋଷାରୋପ କରିଛି ଯେ ତିବ୍ଦଦୀୟ ଅଧ୍ୟାତ୍ମିକ ନେତା ଦଲାଇ ଲାମା ଏବଂ ତାଙ୍କ ସହଯୋଗୀମାନେ ବିଚ୍ଛିନ୍ନତାବାଦୀ। ୧୯୫୯ରେ ଦଲାଇଲାମାଙ୍କ ସହ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ତିବ୍ଦତୀୟ ପରିବାର ତାଙ୍କ ସହ ଭାରତ ଚାଲି ଯାଇଥିଲେ। ତିବ୍ଦତୀୟ ବୌଦ୍ଧବାଦ ଶିକ୍ଷା ଦେବାକୁ ସେମାନେ ବିଦ୍ୟାଳୟ ଖୋଲିଛନ୍ତି।

ସମ୍ବନ୍ଧିତ ଖବର