ବିମୁଦ୍ରାୟନକୁ ୩ ବର୍ଷ; ୨୦୦୦ ଟଙ୍କିଆ ନୋଟ୍‌କୁ ନିଷେଧ କରିବା ଉଚିତ ବୋଲି କହିଲେ ପୂର୍ବତନ ଅର୍ଥ ସଚିବ

ନୂଆଦିଲ୍ଲୀ: ବିମୁଦ୍ରାୟନକୁ ଇତି ମଧ୍ୟରେ ୩ ବର୍ଷ ହୋଇଛି । ଏ ନେଇ ପୂର୍ବତନ ଅର୍ଥ ସଚିବ ସୁଭାସ ଚନ୍ଦ୍ର ଗର୍ଗ ନିଜର ପ୍ରତିକ୍ରିୟା ରଖିଛନ୍ତି। ଗର୍ଗ କହିଛନ୍ତି କି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦୦୦ ଟଙ୍କିଆ ନୋଟ୍‌ ଆଣିଥିଲେ ତାହା ଏବେ ବଜାରରେ କମ୍ ଦେ୍ଖିବାକୁ ମିଳୁଛି। କିଛି ଲୋକ ବିପୁଳ ପରିମାଣର ୨୦୦୦ ଟଙ୍କିଆ ନୋଟକୁ  ଲୁଚାଇ ରଖି ଜମା କରିଛନ୍ତି । ତାହାକୁ ଖୋଜି ବାହାର କରି ବ୍ୟାଙ୍କ୍‌ରେ ଜମା କରିବା ଉଚିତ। ଏକ ସମୟରେ ମୋଦୀ ସରକାରଙ୍କର ଅତ୍ୟନ୍ତ ଘନିଷ୍ଠ ଥିବା ଗର୍ଗଙ୍କର ଏପରି ବୟାନ ଏବେ ସଭିଁଙ୍କୁ ଚକିତ କରିଛି। ଅନ୍ୟ ପକ୍ଷରେ ବେଶ କିଛି ଦିନ ହେବ ଅଭିଯୋଗ ହେଉଛି କି ଏଟିଏମରୁ ୨୦୦୦ ଟଙ୍କିଆ ନୋଟ୍ ବାହାରିବା ବହୁ ଭାବେ ହ୍ରାସ ପାଇଛି।

Kannada Prabha

ଉଲ୍ଲେଖଯୋଗ୍ୟ, ଆଜକୁ ପ୍ରାୟ ୩ ବର୍ଷ ତଳେ ମୋଦୀ ସରକାର ଦେଶରେ ଅଚାନକ ରାତି ୮ଟା ସମୟରେ ବିମୁଦ୍ରାୟନ ଘୋଷଣା କରିଥିଲେ। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ମିଶାଇ ସମୁଦାୟ ୧୫.୪୨ ଲକ୍ଷ କୋଟି ଟଙ୍କାର ନୋଟ୍‌ ଅଚଳ ହୋଇ ଯାଇଥିଲା। ସେ ସମୟରେ ୮୬ ପ୍ରତିଶତ ନୋଟ୍‌ ପ୍ରଚଳନ ହେଉଥିଲା।

ସେ ସମୟରେ ଓ୍ଵାର୍ଲଡ ବ୍ୟାଙ୍କ୍‌ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ଗର୍ଗ କହିଥିଲେ, ‘ ନୁଆ କରି ବାହାରିଥିବା ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହେଉ ନାହିଁ। ଏହା ଗଚ୍ଛିତ ହୋଇ ରହିଛି। ଏହାକୁ ବ୍ୟାନ କରି ଦେବା ଉଚିତ।’

ସମ୍ବନ୍ଧିତ ଖବର