ହସ୍ପିଟାଲରେ ପହଞ୍ଚିଲା କର୍ଣ୍ଣାଟକ ପୁଲିସ, କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ କହିଲେ ‘ମୋତେ କେହି ଅପହରଣ କରି ନାହାନ୍ତି’

ବେଙ୍ଗାଲୁରୁ: ଆଜି ( ଶୁକ୍ରବାର ) କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜନତା ଦଳ (ଏସ୍)- କଂଗ୍ରେସ ମେଣ୍ଟ ସରକାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇପାରନ୍ତି। ଗତକାଲି ନାଟକୀୟ ଢ଼ଙ୍ଗରେ ଜଣେ କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲଙ୍କ ଫଟୋ ସାମ୍ନାକୁ ଆସିଥିଲା।

photo-oneindia

କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲଙ୍କର ଯେଉଁ ଫଟୋ ସାମ୍ନାକୁ ଆସିଥିଲା, ସେଥିରେ ସେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଥିଲା। ସେ ନିଜର ମସ୍ତିଷ୍କରେ ସମସ୍ୟା ଦେଖା ଦେବା ଫଳରେ ମୁମ୍ବାଇ ଆସି ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ।ହେଲେ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ବିଧାୟକ ଶ୍ରୀମନ୍ତ ପାଟିଲଙ୍କୁ ବିଜେପି ଅପହରଣ କରିଛି।

ଏହାପରେ ଆଜି ସକାଳେ କର୍ଣ୍ଣାଟକ ପୁଲିସ୍ ମହାରାଷ୍ଟ୍ର ପୁଲିସର ସହାୟତାରେ ବିଧାୟକ ଶ୍ରୀମନ୍ତ ପାଟିଲଙ୍କର ଜିକିତ୍ସା ଚାଲିଥିବା ମୁମ୍ବାଇର ସେଣ୍ଟ ଜର୍ଜ ହସ୍ପିଟାଲରେ ପହଞ୍ଚିଥିଲା।ସେଠାରେ ପୁଲିସ ଶ୍ରୀମନ୍ତ ପାଟିଲଙ୍କର ବୟାନ୍ ରେକର୍ଡ କରିଥିଲା। କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ ତାଙ୍କର ବୟାନରେ କହିଛନ୍ତି ଯେ ତାଙ୍କୁ କେହି ଅପହରଣ କରି ନାହାନ୍ତି।

ସମ୍ବନ୍ଧିତ ଖବର