ଆତଙ୍କରେ ବାଂଲାଦେଶୀ ଅନୁପ୍ରବେଶକାରୀ, ରାତି ଅନ୍ଧାରରେ ଲୁଚି ଲୁଚି ନିଜ ଦେଶକୁ ଫେରିଯାଉଛନ୍ତି

କୋଲକତା : ପ୍ରଥମେ ଏନଆରସି ଓ ନିକଟରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ଭାରତରେ ବେଆଇନଭାବେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେମାନେ ଆଉ ଭାରତରେ ରହିବାକୁ ସୁରକ୍ଷିତ ମନେକରୁନାହାନ୍ତି । ଏଥିପାଇଁ ଅନେକ ବାଂଲାଦେଶୀ ଏବେ ନିଜ ଦେଶକୁ ଫେରିବାରେ ଲାଗିଛନ୍ତି । ବିବିସି ପକ୍ଷରୁ ପ୍ରସାରିତ ଏକ ସ୍ୱତନ୍ତ୍ର ରିପୋର୍ଟରୁ ଏହି କଥା ଜଣାପଡ଼ିଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ବିଭିନ୍ନ ରାଜ୍ୟରେ କର୍ମସଂସ୍ଥାନ ପାଇଁ ବାଂଲାଦେଶୀମାନେ ବେଆଇନ ଭାବେ ଅନୁପ୍ରବେଶ କରୁଛନ୍ତି । ଗତ କିଛି ଦଶନ୍ଧି ଧରି ଏହି ଧାରା ବଜାୟ ରହିଛି ।

କିନ୍ତୁ ଗତବର୍ଷ ଆସାମରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର ଲାଗୁହେବା ପରେ ବେଆଇନ ବାଂଲାଦେଶୀ ଶରଣାର୍ଥୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନିକଟରେ ନୂଆ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ସେମାନଙ୍କ ଭୟ ଅନେକ ବଢିଯାଇଛି । ସେମାନେ ଭାରତରେ ରହିବାକୁ ଆଉ ସୁରକ୍ଷିତ ମନେକରୁନାହାନ୍ତି ।

 

ଏଥିପାଇଁ ସେମାନେ ଦଳ ଦଳ ହୋଇ ବାଂଲାଦେଶକୁ ଫେରିଯାଉଛନ୍ତି । ରାତି ଅନ୍ଧାରରେ ଲୁଚି ଲୁଚି ସେମାନେ ଫେରିଯାଉଛନ୍ତି । ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ ମଧ୍ୟ ଏସଂପର୍କରେ ଟ୍ଵିଟ କରିଛନ୍ତି ।

ସମ୍ବନ୍ଧିତ ଖବର