ମୂଳତଃ ହିନ୍ଦୁ ଥିବାରୁ ବାଂଲାଦେଶୀମାନେ ଭାରତୀୟମାନଙ୍କ ପରି: ଲେଖିକା ଶର୍ବରୀ ଜୋହରା ଅହମଦ
କୋଲ୍କାତା: ମୂଳତଃ ହିନ୍ଦୁ ଥିବାରୁ ବାଂଲାଦେଶୀମାନେ ଭାରତୀୟମାନଙ୍କ ପରି ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରୁଥିବା ବାଂଲାଦେଶୀ ଲେଖିକା ଏବଂ ନାଟ୍ୟକାର ଶର୍ବରୀ ଜୋହରା ଅହମଦ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏବେ ବାଂଲାଦେଶୀମାନେ ସେମାନଙ୍କର ହିନ୍ଦୁ ମୂଳଦୁଆକୁ ଭୁଲିଯିବାକୁ ଚାହୁଁଛନ୍ତି ବୋଲି ଢାକାରେ ଜନ୍ମ ହୋଇ ମାତ୍ର ତିନି ସପ୍ତାହର ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲିଯାଇଥିବା ଶର୍ବରୀ କହିଛନ୍ତି।
ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ସମୟରେ ସେ କହିଛନ୍ତି: ବାଂଲାଦେଶ ନିଜର ହିନ୍ଦୁ ଐହିହ୍ୟକୁ କିଭଳି ଅସ୍ୱୀକାର କରୁଛି? ଆମେ ମୂଳତଃ ହିନ୍ଦୁ। ଇସ୍ଲାମ୍ ପରେ ଆସିଲା।
ଅବିଭକ୍ତ ଭାରତ ବିଷୟ ଉଠାଇ ସେ କହିଲେ: ବ୍ରିଟିସ୍ ଆମକୁ ଶୋଷଣ କଲା, ଆମଠୁ ଚୋରି କଲା ଏବଂ ଆମକୁ ହତ୍ୟା କଲା।
ଭାରତରେ ବ୍ରିଟିସ୍ ଶୋଷଣ ଏବଂ ଧର୍ମଭିତ୍ତିକ ଦେଶ ବିଭାଜନ ପ୍ରସଙ୍ଗ ତାଙ୍କ ଲିଖିତ ‘ଡଷ୍ଟ୍ ଅଣ୍ଡର୍ ହର୍ ଫିଟ୍’ ଉପନ୍ୟାସରେ ସେ ଉଲ୍ଲେଖ କରିଛନ୍ତି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଚର୍ଚିଲ୍ଙ୍କୁ ସେ ଜଣେ ବର୍ଣ୍ଣବୈଷମ୍ୟବାଦୀ ବୋଲି କହିଛନ୍ତି। ଶର୍ବରୀ କହିଛନ୍ତି: ବଙ୍ଗରୁ ଚାଉଳ ନେଇ ସେ ତାଙ୍କ ସୈନ୍ୟମାନଙ୍କୁ ଖାଇବାକୁ ଦେଲେ କିନ୍ତୁ, ସେ ବିଷୟରେ ପଚାରିବାରୁ କୌଣସି କଥାକୁ ଖାତର କଲେନାହିଁ।
ଚର୍ଚିଲ୍ଙ୍କ ଦ୍ୱାରା ସୃଷ୍ଟ କୃତ୍ରିମ ଦୁର୍ଭିକ୍ଷ ଯୋଗୁଁ ଦୁଇ ନିୟୁତ ବଙ୍ଗବାସୀଙ୍କର ମୃତ୍ୟୁ ହୋଇଥିବା କଥା ଲେଖିକା ଗବେଷଣା କରି ଜାଣିବାକୁ ପାଇଛନ୍ତି।