ମହାରାଷ୍ଟ୍ରରେ ଥିବା ନିରବ ମୋଦି, ମେହୁଲ ଚୋକସୀର କୋଠାକୁ ଭାଙ୍ଗିଦିଆଯିବ

ମୁମ୍ବାଇ : ମହାରାଷ୍ଟ୍ରର ଅଲିବାଗଠାରେ ଥିବା ପଳାତକ ହୀରା ବ୍ୟବସାୟୀ ନିରବ ମୋଦିର  କୋଠାକୁ ଭାଙ୍ଗିଦିଆଯିବ । ଏହି କୋଠାଟି ବେଆଇନ ଭାବେ ନିର୍ମିତ ହୋଇଥିବାରୁ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେବଳ ନିରବ ମୋଦି ନୁହେଁ ବେଆଇନ ଭାବେ ନିର୍ମିତ ପ୍ରାୟ ୧୨୧ଟି କୋଠାକୁ ଭାଙ୍ଗିଦେବାକୁ ମହାରାଷ୍ଟ୍ର  ପରିବେଶ ମନ୍ତ୍ରୀ ରାମଦାସ କଦମ ରାଇଗଡ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଇଗଡ ଜିଲ୍ଲାର ମୁରୁଡଠାରେ ବେଆଇନ ଭାବେ ନିର୍ମିତ ୧୫୧ଟି କୋଠାକୁ ଭାଙ୍ଗିଦିଆଯିବ । ଏସବୁ କୋଠା ମଧ୍ୟରେ ନିରବଙ୍କ ମାମୁଁ ମେହୁଲ ଚୋକସୀଙ୍କ ଏକ କୋଠା ମଧ୍ୟ ରହିଛି । ନିରବ ମୋଦିର କୋଠା କିହିମ ଗ୍ରାମରେ ଓ ମେହୁଲ ଚୋକସୀର ବଙ୍ଗଳା ଅଓ୍ଵସ ଗ୍ରାମରେ ରହିଛି । ସୂଚନାଯୋଗ୍ୟ ଯେ ବହୁକୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରବ ଓ ମେହୁଲ ଗତ ଜାନୁୟାରୀ ମାସରୁ ଭାରତରୁ ଫେରାର ହୋଇଯାଇଛନ୍ତି । ନିରବ ଲଣ୍ଡନରେ ରହୁଥିବା ସୂଚନା ମିଳିଛି । ସେହିପରି ମେହୁଲ ଆଣ୍ଡିଗୁଆର ନାଗରିକତ୍ୱ ଗ୍ରହଣ କରିଛି ।

ସମ୍ବନ୍ଧିତ ଖବର