ବିଜେପିକୁ ଭୋଟ ଦିଅନି : ନାଗାଲାଣ୍ଡରେ ବାପ୍ଟିଷ୍ଟ ଚର୍ଚ୍ଚର ଆହ୍ଵାନ

ଦିମାପୁର: ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ତେବେ ଖ୍ରୀଷ୍ଟିଆନ ବହୁଳ ଏହି ଦୁଇ ରାଜ୍ୟରେ ବିଜେପି ପାଇଁ ଏକ ବଡ଼ ସମସ୍ୟା ଦେଖାଦେଇଛି ।  ବିଜେପିକୁ ଭୋଟ ନଦେବାକୁ ବାପ୍ଟିଷ୍ଟ ଚର୍ଚ୍ଚ ତରଫରୁ ଖୋଲାଖୋଲି ଆହ୍ଵାନ ଦିଆଯାଇଛି । ଅଲ ନାଗାଲାଣ୍ଡ ବାପ୍ଟିଷ୍ଟ ଚର୍ଚ୍ଚ କାଉନସିଲ ପକ୍ଷରୁ ଏହି ଆହ୍ଵାନ ଦିଆଯାଇଛି । କାଉନସିଲ ପକ୍ଷରୁ ନାଗାଲାଣ୍ଡର ସବୁ ରାଜନୈତିକ ଦଳଙ୍କୁ ଏକ ଖୋଲା ଚିଠି ଲେଖି କୁହାଯାଇଛି ଯେ ବିଶ୍ୱାସକାରୀମାନେ ଅର୍ଥ ଓ ବିକାଶ ପାଇଁ ଖ୍ରୀଷ୍ଟିଆନ ନୀତି ଓ ଆଦର୍ଶକୁ ବିଜେପି ଆଗରେ ସମର୍ପଣ କରନ୍ତୁ ନାହିଁ ।  ଗତ ୨୦୧୫-୧୭ ମଧ୍ୟରେ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଚାଲିଛି । ବିଜେପି କ୍ଷମତାକୁ ଆସିବା ପରେ ହିନ୍ଦୁତ୍ୱ ବାହିନୀର ଶକ୍ତି ଅନେକ ଗୁଣରେ ବଢିଯାଇଛି ।  ନାଗା ନେତା ମାନେ ଖ୍ରୀଷ୍ଟ ଧର୍ମକୁ ଧ୍ୱଂସ କରିବାକୁ ଚାହୁଁଥିବା ବିଜେପି ପଛରେ ଗୋଡ଼ାଉଥିବା ଦେଖି ଭଗବାନ କାନ୍ଦୁଥିବେ ବୋଲି କାଉନସିଲର ମହାସଚିବ କହିଛନ୍ତି ।

ସମ୍ବନ୍ଧିତ ଖବର