ପାରମ୍ପରିକ ପୋଷାକ ପିନ୍ଧି ଥିବାରୁ ରେସ୍ତୋରାଁ ଭିତରକୁ ପ୍ରବେଶ କରାଇବାକୁ ଦେଲେ ନାହିଁ ଯୁବକ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ତାଙ୍କ ପିନ୍ଧା ପୋଷାକ ଯୋଗୁଁ ଏକ ରେସ୍ତୋରାଁରେ ପ୍ରବେଶ କରାଇ ଦିଆଯାଇ ନଥିଲା। ପରେ ଅନୁମତି ନ ମିଳିବାରୁ ସେ ସୋସିଆଲ ମିଡିଆରେ ଏ ନେଇ ଏକ ଭିଡିଓ ଜାରି କରିଥିଲେ। ନିଜ ସୋସିଆଲ ମିଡିଆ ପୋଷ୍ଟରେ ମହିଳା ଅଭିଯୋଗ କରିଥିଲେ ଯେ, ଦକ୍ଷିଣ ଦିଲ୍ଲୀର ଏକ ରେସ୍ତୋରାଁ ରହିଛି, ଯେଉଁଠି ସେ ପାରମ୍ପରିକ ପୋଷାକ ପିନ୍ଧିଥିବାରୁ ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ମହିଳା ଜଣଙ୍କ ଏଭଳି ଭିଡିଓ ପୋଷ୍ଟ କରିବା ପରେ ରେସ୍ତୋରାଁର ପରିଚାଳନା କମିଟି ପକ୍ଷରୁ ମହିଳାଙ୍କୁ କ୍ଷମା ମଗାଯାଇଥିବା ଜଣା ପଡ଼ିଛି।

ମହିଳା ଜଣକ ସଂଗୀତା କେ. ନାଗ ବୋଲି ଜଣାପଡ଼ିଛି। ସଂଗୀତ ଗୁରୁଗ୍ରାମରେ ଅବସ୍ଥିତ ପାଥୱେ ସିନିୟର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରନ୍ତି। ସଂଗୀତାଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଭିଡିଓରେ କିଲିନ୍ ଏବଂ ଆଇଭିର ଜଣେ କର୍ମଚାରୀ ନଜର ଆସୁଛନ୍ତି। ଭିଡିଓ‌ରେ କର୍ମଚାରୀଜଣଙ୍କ କହୁଛନ୍ତି କି, ପାରମ୍ପାରିକ ଜିନିଷକୁ ଭିତରକୁ ପ୍ରବେଶ ନେଇ ଆମେ ଅନୁମତି ଦେଉ ନାହୁଁ। ଘଟଣାଟି ମାର୍ଚ୍ଚ ୧୦ରେ ଘଟିଥିବା ବେଳେ ସେହି ଦିନ ସଙ୍ଗୀତା ଭିଡିଓ ଟୁଇଟ୍ କରି ନିଜ ସହ ଘଟିଥିବା ଘଟଣା ସଂପର୍କରେ ଜଣାଇଥିଲେ।

ସଙ୍ଗୀତା ଟୁଇଟ୍ କରିିଥିବା ଭିଡିଓର କ୍ୟାପସନରେ ଲେଖାଯାଇଛି କି, ଆଜି ସନ୍ଧ୍ୟାରେ କିଲିନ୍ ଏବଂ ଆଇଭି‌ ବାହାରେ ଯାହା ଘଟିଥିଲା, ସେ ନେଇ ମୁଁ ଆଶ୍ଚର୍ଯ୍ୟ ‌ହୋଇଯାଇଛି। ପାରମ୍ପରିକ ପୋଷାକ ପିନ୍ଧିଥିବା ଲୋକର ପ୍ରବେଶକୁ ସେଠାରେ ବାରଣ କରାଯାଉଛି। ଭାରତରେ ଥିବା ଏକ ରେସ୍ତୋରାଁ ‘ସ୍ମାର୍ଟ କାଜୁଆଲ୍’ ପିନ୍ଧିବାକୁ ଅନୁମତି ଦେଉଛି କିନ୍ତୁ ଭାରତୀୟ ପୋଷାକ ନୁହେଁ। ସଙ୍ଗୀତା ଏଭଳି ଭିଡିଓ ଟୁଇଟ୍ କରିବା ପରେ ଲୋକେ ଏହାକୁ ରି-ଟୁଇଟ୍ କରି ବିରୋଧ କରିବା ଆରମ୍ଭ କରିଥିଲେ। ଯାହା ପରେ ରେସ୍ତୋରାଁର ପରିଚାଳନା କମିଟି ପକ୍ଷରୁ ଏ ନେଇ କ୍ଷମା ମାଗାଯାଇଥିଲା ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର