ଗୁଜୁରାଟ: ବାଡମେରରେ ସୀମା ଶୁଳ୍କ ବିଭାଗ ଆକସ୍ମିକ ଚଢ଼ାଉ କରି ଜଣେ ପାକ୍ ନାଗରିକକୁ ଗିରଫ କରିଛନ୍ତି। ଗିରଫ ପାକ୍ ନାଗରିକଠାରୁ ୯୪ ହଜାର ନକଲି ଭାରତୀୟ ମୁଦ୍ରା ଜବତ କରାଯାଇଛି। ଗିରଫ ହୋଇଥିବା ପାକ୍ ନାଗରିକ ମୁନାବାଓ୍ଵରୁ ଥାର ଏକ୍ସପ୍ରେସ୍ ଯୋଗେ ପାକିସ୍ତାନରୁ ଭାରତ ଆସୁଥିଲା ବୋଲି ଜଣାପଡ଼ିଛି। ସୀମା ଶୁଳ୍କ ବିଭାଗ ପାକ୍ ନାଗରିକକୁ ପଚରାଉଚରା ଜାରି ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପାକ୍ ନାଗରିକ ନାମ ରାଣ ସିଂହ। ସେ ଅନେକ ଦିନ ହେବ ଲଙ୍କ୍ ଟର୍ମ ଭିସା ଆଧାରରେ ଗୁଜୁରାଟ ମୋରବି ଜିଲ୍ଲାରେ ବସବାସ କରୁଥିଲା। ରାଣ ସିଂହ ଗତ ଶନିବାର ପାକିସ୍ତାନରୁ ଭାରତ ଆସୁଥିବା ଥାର ଏକ୍ସପ୍ରେସ୍ରେ ଭାରତ ଆସୁଥିଲା। ଏହି ସମୟରେ ଅନ୍ତର୍ଜାତୀୟ ରେଲେଓ୍ଵ ଷ୍ଟେସନ୍ ମୁନାବାଓ୍ଵରେ କଷ୍ଟମ ବିଭାଗର ସହ ଆୟୁକ୍ତ ଏମଏଲ ସୌରାଙ୍କ ନେତୃତ୍ୱରେ ଇମିଗ୍ରେସନ୍ ସମୟରେ ରାଣ ସିଂହ ଉପରେ ଚଢ଼ାଉ କରି ତା’ଠାରୁ ୪୭କିଲୋ ନକଲି ଭାରତୀୟ ନୋଟ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୯୪ ହଜାର ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।