୧୦୦୦ ବାଦୁଡ଼ିଙ୍କୁ ନିଜ ଛୁଆ ଭଳି ପାଳନ୍ତି ୭୫ ବର୍ଷର ବୁଢ଼ୀ ମାଉସୀ

ଅହମଦାବାଦ: ଦିନରେ ଗଛରେ ଆପଣ ବାଦୁଡ଼ିଙ୍କୁ ଝୁଲୁଥିବାର ଦେଖିଥିବେ | କିନ୍ତୁ କେବେ ଜଣଙ୍କର ଘରେ ବାଦୁଡ଼ି ରହୁଥିବାର କଥା ଶୁଣିଛନ୍ତି କି ? ତେବେ ଆଜି ଆମେ ଏମିତି ଜଣେ ବୁଢ଼ୀ ମାଉସୀଙ୍କ କଥା କହିବୁ ଯାହାଙ୍କ ଘରେ ୧୦୦୦ରୁ ଉର୍ଦ୍ଧ୍ବ ବାଦୁଡ଼ି ରହୁଛନ୍ତି | ଏହି ସବୁ ବାଦୁଡ଼ି ବୁଢ଼ୀ ମାଉସୀଙ୍କୁ କେବେ ବି ଛାଡ଼ିଯାଆନ୍ତି ନାହିଁ | ମାଉସୀ ବି କେବେ ଏମାନଙ୍କୁ ତଡ଼ିବାକୁ ଚେଷ୍ଟା କରିନାହାଁନ୍ତି | ଗୁଜୁରାଟର ରାଜପୁରା ଗାଁ | ଏହି ଗାଁରେ ରୁହନ୍ତି ସାନ୍ତାବେନ | ଆର୍ଥିକ ଦୃଷ୍ଟିକୋଣରୁ ସେତିକି ସ୍ଵଛଳ ନଥିଲେ ବି ନିଜର ୩ ବଖରା ଘର ମଧ୍ୟରୁ ନିଜେ ଗୋଟିଏ ବଖରା ରହୁଥିବା ବେଳେ ଆଉ ଦୁଇ ବଖରାରେ ରୁହନ୍ତି ମାଉସୀଙ୍କ ସବୁ ସୁଖ ଦୁଃଖର ସାଥି ୧ ହଜାର ବାଦୁଡ଼ି |

Photo-Youtube

ସାନ୍ତାବେନ ଏମାନଙ୍କର ନିଜ ଛୁଆ ଭଳି ଯତ୍ନ ନିଅନ୍ତି, ପ୍ରତିଦିନ ସକାଳେ ସେ ବାଦୁଡ଼ି ରହୁଥିବା ଦୁଇ ବଖରା ଘରକୁ ସଫା କରିବା ସହ ମଶା ଯେଭଳି ନ ହେବେ ସେଥିପାଇଁ ନିମ୍ବ ପତ୍ରର ଧୂଆଁ ଦେଇଥାନ୍ତି | ସାନ୍ତାବେନଙ୍କ କହିବା କଥା ଯେ ୧୯୯୪ ମସିହାରୁ ଏମାନେ ମୋ ସହ ରହୁଛନ୍ତି | ଏମାନଙ୍କ ଭିତରେ ବି ଜୀବନ ଅଛି ମୁଁ କାହିଁକି ଘଉଡ଼ାଇବି |

କିଛି ବର୍ଷ ପୂର୍ବେ କିଛି ଲୋକ ସାନ୍ତାବେନଙ୍କ ଏହି ପୁରୁଣା ଘରକୁ ବିକିବାର ପ୍ରସ୍ତାବ ଦେଇଥିଲେ | କିନ୍ତୁ ସାନ୍ତାବେନ ରୋକଠୋକ ଶୁଣାଇଦେଇଥିଲେ, ଘର ବିକ୍ରି ହୋଇପାରିବ ନାହିଁ | ଯେଉଁ ବାଦୁଡ଼ିମାନେ ଘରର ମାଟି ଖାଉଛନ୍ତି ସେମାନେ କୁଆଡେ ଯିବେ ବୋଲି କହିଥିଲେ | ସାନ୍ତାବେନଙ୍କ ଘରେ ରହୁଥିବା ଏହି ପ୍ରଜାତିର ନାମ ମାଉସ ଟେଲ ହୋଇଥିବାବେଳେ କାନ୍ଥରେ ଲାଗିକରି ରୁହନ୍ତି | ବାଦୁଡ଼ିମାନେ କୌଣସି କ୍ଷତି କରୁନଥିବାବେଳେ ବାଦୁଡ଼ିଙ୍କୁ ଦେଖିବାକୁ ବହୁତ ଲୋକ ଆସନ୍ତି, କିନ୍ତୁ ପ୍ରଥମେ ଡରିଯାନ୍ତି |

ସମ୍ବନ୍ଧିତ ଖବର