ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଦଣ୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ବିସିସିଆଇ ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଅର୍ଥ ରାଶି ଜମା କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ଦୁଇ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ଉକ୍ତ ଅର୍ଥ ଦାଖଲ ନ କରନ୍ତି  ତେବେ ସେମାନଙ୍କ ମ୍ୟାଚ୍‌ ଫିରୁ ତାହା କଟାଯାଇ ସଂଗ୍ରହ କରାଯିବ ବୋଲି ବି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ‘କଫି ୱିଥ୍‌ କରନ୍‌’ ଟକ୍ ସୋ’ରେ ପାଣ୍ଡ୍ୟା ଏବଂ ରାହୁଲ ଦେଇଥିବା ଆପତ୍ତିଜନକ ମନ୍ତବ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ବିଚାରପତି ଡିକେ ଜୈନ ଦୁଇ ଜଣଙ୍କୁ ଗତ ସପ୍ତାହରେ ନୋଟିସ୍‌ ମଧ୍ୟ ଜାରି କରିଥିଲେ । ଏହାର ରିର୍ପୋଟ ବିଚାରପତି ବିନୋଦ ରାୟଙ୍କୁ ଦେଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାଯାଇଛି ।

 

ସମ୍ବନ୍ଧିତ ଖବର