ଆଦିବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପରାମର୍ଶ: ମାଲ୍ୟାଙ୍କ ପରି ସ୍ମାର୍ଟ ହୁଅ

0 361

ହାଇଦ୍ରାବାଦ: କେବଳ ‘କଠୋର ପରିଶ୍ରମୀ’ ହୁଅ ନାହିଁ ‘ସ୍ମାର୍ଟ ପରିଶ୍ରମୀ’ ହୁଅ- ଆଦିବାସୀମାନଙ୍କୁ ଉତ୍ସାହ ଦେଇ ଏ କଥା ଶୁକ୍ରବାର ଦିନ କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍‌। ଆଦିବାସୀ ସମ୍ପ୍ରଦାୟ ଉଦ୍ୟୋଗୀର ଉଚ୍ଛ୍ୱାସ ବଢ଼ାନ୍ତୁ ବୋଲି ସେ କହିବା ସହ ସଫଳ ବାଣିଜ୍ୟ ସାମ୍ରାଜ୍ୟ ଗଠନ କରିଥାଇ ମଧ୍ୟ ଆଇନ୍‌ ଓଲଟା ଦିଗରେ ଯାଇ ନଷ୍ଟ ହୋଇ ଯାଇଥିବା ବିଜୟ ମାଲ୍ୟାଙ୍କ ଦୃଷ୍ଟାନ୍ତ ଦେଇଥିଲେ।

ଆପଣମାନେ ବିଜୟ ମାଲ୍ୟାଙ୍କୁ ଗାଳି ଦେଉଛନ୍ତି। କିନ୍ତୁ ବିଜୟ ମାଲ୍ୟା କିଏ? ସେ ଜଣେ ସ୍ମାର୍ଟ ଲୋକ। ସେ କିଛି ବିଜ୍ଞ ଲୋକଙ୍କୁ ଚାକିରି ଦେଇ ବ୍ୟାଙ୍କର୍‌, ରାଜନେତା, ସରକାରଙ୍କୁ ପ୍ରଭାବିତ କରିଥିଲେ… ଆପଣମାନଙ୍କୁ କିଏ ବାଧା ଦେଉଛି (ସ୍ମାର୍ଟ ହେବା ପାଇଁ)? ବ୍ୟବସ୍ଥାକୁ ପ୍ରଭାବିତ ନ କରିବାକୁ ଆଦିବାସୀଙ୍କୁ କିଏ କହିଛି? ବ୍ୟାଙ୍କର୍‌ମାନଙ୍କୁ ପ୍ରଭାବିତ କରିବାକୁ ଆପଣମାନଙ୍କୁ କିଏ ବାଧା ଦେଉଛି ବୋଲି ଉପହାସ କରିବା ଭଳି ଢଙ୍ଗରେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ‘ନେସ୍‌ନାଲ୍‌ ଟ୍ରାଇବାଲ୍‌ ଏଣ୍ଟର୍‌ପ୍ରେନ୍ୟୁୟର୍ସ କନ୍‌କ୍ଲେଭ୍‌ ୨୦୧୮’ ରେ କି’ ନୋଟ୍‌ ଭାଷଣ ଦେଲାବେଳେ ଓରାମ କହିଛନ୍ତି।

ସେ ଦର୍ଶାଇ ଥିଲେ ଯେ ଆଦିାବାସୀ ହେବାରେ ସୁବିଧା ଅଛି, ଅସୁବିଧା ବି ଅଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏବଂ ସରକାରୀ ଚାକିରିରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ଏହାର ସୁଯୋଗ ନେଇ ସେମାନେ ଜୀବନରେ ଉନ୍ନତି କରି ପାରିବେ। ଅସୁବିଧା ହେଲା, ସେମାନେ ଜୀବନରେ ସଫଳ ହେଲେ ମଧ୍ୟ ସେମାନଙ୍କର ସୁଗୁଣକୁ ମାନ୍ୟତା ଦିଆ ଯାଉ ନାହିଁ। ସେମାନଙ୍କର ସଫଳତାର ଶ୍ରେୟ ସଂରକ୍ଷଣକୁ ଦିଆଯାଉଥିବାରୁ ସେମାନେ ଅନ୍ୟମାନଙ୍କର ସମକକ୍ଷ ହୋଇ ପାରୁ ନାହାନ୍ତି। ଏଭଳି ଭେଦବିଭେଦ କାରଣରୁ କେତେକ ଆଦିବାସୀ ସେମାନଙ୍କ ସାଙ୍ଗିଆ ଉଲ୍ଲେଖ କରିବା ବନ୍ଦ କରିଦେଲେଣି।

ଆମେ ଉଦ୍ୟୋଗୀ ହେବା ଉଚିତ, ଆମେ ବିଜ୍ଞ ହେବା। ଆମେ ସ୍ମାର୍ଟ ହେବ। ଆମେ ସୂଚନା ପାଇବା। ସୂଚନା ହିଁ ଶକ୍ତି। ଯେଉଁମାନେ ସୂଚନାର ଅଧିକାରୀ, ସେମାନେ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସେ କହିଛନ୍ତି।

ଏହି ଅନୁଷ୍ଠାନରେ ୧୦୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଉଦ୍ୟୋଗୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.