ବିୟୁଟି ପାର୍ଲରରୁ ଫେରିବା ପରେ ହଠାତ୍‌ ଆଙ୍ଗୁଠିରେ ହୋଇଗଲା ସଂକ୍ରମଣ,ଲଗାତାର କରାଗଲା ୬ଟି ଅସ୍ତ୍ରୋପଚାର,କିନ୍ତୁ…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଜଣେ ମହିଳାଙ୍କୁ ବୟୁଟି ପାର୍ଲର ଯାଇ ମାନିକ୍ୟୁୟର କରିବା ଭାରୀ ପଡ଼ିଛି । ଘରକୁ ଫେରିବା ପରେ ମହିଳାଙ୍କ ଆଙ୍ଗୁଠିରେ ସଂକ୍ରମଣ ହେବା ସହ କୁଣ୍ଡାଇ ହେବା ଆରମ୍ଭ ହୋଇ ଯାଇଥିଲା । ସମସ୍ୟା ଧିରେ ଧିରେ ବଢ଼ିବାରୁ ମହିଳା ତୁରନ୍ତ ଡ଼ାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ସମସ୍ୟାର ସମାଧାନ ପାଇଁ ଡ଼ାକ୍ତର ୬ଥର ଅସ୍ତ୍ରୋପଚାର କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନ ଥିଲା । ଏଥିପାଇଁ ବାଧ୍ୟ ହୋଇ ମହିଳାଙ୍କ ଆଙ୍ଗୁଠି କାଟିବାକୁ ପଡ଼ିଥିଲା ।

ସୂଚନା ମୁତାବକ, ଷ୍ଟେଲା ମାନିକ୍ୟୁୟର କରିବା ପାଇଁ ପାଖରେ ଥିବା ବୟୁଟି ପାର୍ଲରରେ ପହଞ୍ଚିଥିଲେ । ମାନିକ୍ୟୁୟର କରିବା ସମୟରେ ଷ୍ଟେଲାଙ୍କ ହାତରେ ଆଘାତ ଲାଗିଥିଲା । କିନ୍ତୁ ଏହାକୁ ଅଣଦେଖା କରି ଷ୍ଟେଲା ନିଜ କାମ ସାରି ଘରକୁ ଫେରିଥିଲେ । କିନ୍ତୁ ଘରେ ପହଞ୍ଚିବା ପରେ ଷ୍ଟେଲାଙ୍କୁ ଜ୍ୱର ହେବା ଭଳି ଅନୁଭବ ହେବା ସହ ଆଙ୍ଗୁଠି ଦରଜ ହେବାକୁ ଲାଗିଥିଲା । ଯେଉଁ ଉପକରଣ ସାହାଯ୍ୟରେ ମାନିକ୍ୟୁୟର କରାଯାଇଥିଲା,ତାହାକୁ ଠିକ୍‌ ଭାବରେ ସଫା କରାଯାଇ ନଥିଲା । ଯେଉଁଥି ପାଇଁ ତାଙ୍କ ଆଙ୍ଗୁଠି ସଂକ୍ରମଣର ଶିକାର ହୋଇ ଯାଇଥିଲା । ଆଙ୍ଗୁଠି କଟା ନ ଯାଇଥିଲେ ଷ୍ଟେଲାଙ୍କ ଜୀବନ ମଧ୍ୟ ଚାଲି ଯାଇଥାନ୍ତା ବୋଲି କହିଛନ୍ତି ଡ଼ାକ୍ତର ।

ସମ୍ବନ୍ଧିତ ଖବର