ଏହି ଭୁଲ ପାଇଁ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଲେ ଜିଲ୍ଲାପାଳ

ମୁମ୍ବାଇ : ଥରେ ବ୍ୟବହାର ଉପଯୁକ୍ତ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଇଥିବାରୁ ମହାରାଷ୍ଟ୍ରର ବିଦର  ଜିଲ୍ଲାପାଳ ଅସିତ୍‌ କୁମାର ପାଣ୍ଡେ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଛନ୍ତି । ଅଜାଣତରେ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ଏହି ଭୁଲ କରାଯାଇଥିବା ବେଳେ ଭୁଲକୁ ସୁଧାରିବା ପାଇଁ ସେ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଥିଲେ ।

Image result for beed-district-collector-fines-himself-rs-5000-for-using-plastic-cup
MensXP.com

ସୂଚନା ମୁତାବକ, ମରାଠୱାଡାର ବିଦର ଜିଲ୍ଲାପାଳ ଅସିତ୍‌ କୁମାର ପାଣ୍ଡେ ନିଜ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧିତ ସୂଚନା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ସମ୍ମିଳନୀରେ ସେ ନିର୍ବାଚନରେ ପ୍ଲାଷ୍ଟିକ୍‌ ବ୍ୟବହାର କରାଯିବ ନାହିଁ । ଏ ନେଇ କଡ଼ା ନଜର ରଖାଯିବ ବୋଲି କହୁଥିଲେ । ଠିକ୍‌ ସେହି ସମୟରେ ଥରେ ବ୍ୟବହାର ଉପଯୁକ୍ତ ପ୍ଲାଷ୍ଟିକ୍‌ କପ୍‌ରେ ସମସ୍ତଙ୍କୁ ଚା’ ଦିଆଯାଉଥିବା ଦେଖି ଜଣେ ସାମ୍ବାଦିକ ଏ ନେଇ ପ୍ରଶ୍ନ ଉଠାଇଥିଲେ । ଜଣେ ଚାଷୀ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଟଙ୍କା ନେଇଥିବାରୁ ତା’ ଉପରେ ୫,୦୦୦ଟଙ୍କାର ଜରିମାନା ଲାଗିଥିବା କଥା ସାମ୍ବାଦିକଜଣଙ୍କ କହିଥିଲେ । ଯାହା ପରେ ଜିଲ୍ଲାପାଳ ଅସିତ୍‌ କୁମାର ପାଣ୍ଡେ ନିଜ ଭୁଲ ସ୍ୱୀକାର କରିବା ସହ ନିଜ ଉପରେ ୫,୦୦୦ଟଙ୍କାର ଜରିମାନେ ଲଗାଇଥିଲେ ।

ସମ୍ବନ୍ଧିତ ଖବର