ଭିକ ମାଗିବାର ହାଇଟେକ୍‌ ଉପାୟ: ଚୀନ୍‌ରେ କ୍ୟୁଆର୍‌ କୋଡ୍‌ ଓ ଇ-ଓ୍ଵଲେଟ ସାହାଯ୍ୟରେ ଭିକ ମାଗୁଛନ୍ତି ଭିକାରୀ

ନୂଆଦିଲ୍ଲୀ : ଟ୍ରାଫିକ ହେଉ ବା ବଜାର, ବିଭିନ୍ନ ଗହଳିପୂର୍ଣ୍ଣ ରାସ୍ତାରେ ଅନେକ ଲୋକଙ୍କୁ ଭିକ ମାଗୁଥିବାର ଦେଖା ଯାଇଥାଏ । ଖାସ୍‌ କରି ଟ୍ରାଫିକରେ ଗାଡ଼ି ଅଟକିଲେ ଭିକାରୀମାନେ ଆସି ଭିକ ମାଗିଥାନ୍ତି । କିନ୍ତୁ ଲୋକେ ଖୁଚୁରା ନାହିଁ ବୋଲି କହି ଭିକ୍ଷା ଦେବାକୁ ମନା କରି ଦେଇଥାନ୍ତି । ଚୀନ୍‌ର ଭିକାରୀମାନେ ଏ ସମସ୍ୟାର ଏକ ହାଇଟେକ୍‌ ସମାଧାନ ବାହାର କରିଛନ୍ତି । ଚୀନ୍‌ରେ ଭିକାରୀମାନେ କ୍ୟୁଆର କୋଡ୍‌ ଏବଂ ଇ-ଓ୍ଵଲେଟ ସାହାଯ୍ୟରେ ଭିକ ମାଗୁଥିବା ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶର ନାଗରିକ ଏବେ କ୍ୟାସ୍‌ଲେସ୍‌ ଉପାୟ ଆପଣାଉଥିବା ବେଳେ ଭିକାରୀମାନେ ମଧ୍ୟ ସେହି ପଥ ଆପଣାଇଛନ୍ତି ।

The Financial Express

ଚୀନ୍‌ର ସବୁ ଦର୍ଶନୀୟ ସ୍ଥାନ ଓ ସବ୍‌େଓ୍ଵ ଷ୍ଟେସନମାନଙ୍କରେ ଭିକାରୀମାନେ କ୍ୟୁଆର କୋଡ୍‌ ଏବଂ ଇ-ଓ୍ଵଲେଟ ସାହାଯ୍ୟରେ ଭିକ ମାଗିବା ଆରମ୍ଭ କରିଛନ୍ତି । ଭିକ ମାଗିବା ପାଇଁ ପୂର୍ବରୁ ଏକ ପାତ୍ର ଧରି ବୁଲୁଥିବା ଭିକାରୀ ଏବେ ସେହି ପାତ୍ରରେ କ୍ୟୁଆର କୋଡ୍‌ର ବ୍ୟାଜ୍‌ ରଖି ବୁଲୁଛନ୍ତି । ଲୋକଙ୍କୁ ଦେଖିଲେ କୋଡ୍‌ ସ୍କାନ କରି ଚୀନରେ ପ୍ରଚଳିତ ଥିବା ଅଲ୍ଲୀପେ ବା ଉଇଚାଟ୍‌ ଓ୍ଵଲେଟ ଜରିଆରେ ଟଙ୍କା ଦେବାକୁ କହୁଛନ୍ତି ।

ସମ୍ବନ୍ଧିତ ଖବର