ଲକ ଡାଉନ ସମୟରେ ବାହାରକୁ ଦୁଗ୍ଧ କିଣିବାକୁ ଯାଇଥିବା ବେଳେ ପୁଲିସ ଲାଠି ମାଡ଼ରେ ଯୁବକଙ୍କ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ହାୱଡ଼ାରେ ରହୁଥିବା ଜଣେ ୩୨ବର୍ଷ ବୟସ୍କ ବ୍ୟକ୍ତି ବୁଧବାର ଲକ ଡାଉନ ସମୟରେ ଦୁଗ୍ଧ କିଣିବାକୁ ବାହାରକୁ ଯାଇଥିଲେ | ଏହି ସମୟରେ ନିୟମକୁ ମାନି ନଥିବାରୁ ପୁଲିସ ତାଙ୍କୁ ନିସ୍ତୁକ ମାଡ ମାରିଥିଲା। ପରେ ତାଙ୍କର ମୃତ୍ୟୁ ହେବାରୁ ଏବେ ତାଙ୍କ ପରିବାର ଲୋକ ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି |

Image result for bengal-man-who-was-out-to-buy-milk-dies-after-being-beaten-up-by-police
Scroll.in

ପୀଡିତ ଜଣଙ୍କ ହାୱଡ଼ାର ବାସିନ୍ଦା ଲାଲ ସ୍ୱାମୀ ବୋଲି ଜଣାପଡିଛି | ସେ ବୁଧବାର ଦୁଗ୍ଧ କିଣିବା ପାଇଁ ତାଙ୍କ ବାସଭବନରୁ ବାହାରିଥିଲେ। ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ କର୍ମଚାରୀମାନେ ରାସ୍ତାରେ ଏକ ଜନସମାବେଶକୁ ରୋକିବା ପାଇଁ ଲାଠିଚାର୍ଜ କରୁଥିଲେ, ସେତେବେଳେ ତାଙ୍କ ସ୍ୱାମୀ ସେହିବାଟ ଦେଇ ଯାଉଥିଲେ | ଏହି ସମୟରେ ସେ ପୁଲିସ ଲାଠିଚାର୍ଜର ସମ୍ମଖୀନ ହୋଇଥିଲେ। ଘଟଣା ପରେ ଯଦିଓ ପୀଡିତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତଥାପି ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର | ତେବେ ଲାଲ ସ୍ୱାମୀଙ୍କ ପତ୍ନୀ ଏଭଳି ଅଭିଯୋଗ କରିବା ପରେ ପୁଲିସ ନିଜର ଭିନ୍ନ ମତ ରଖିଛି | ଲାଲ ସ୍ୱାମୀଙ୍କର ପୂର୍ବରୁ ହୃଦଜନିତ ସମସ୍ୟା ଥିଲା ଏବଂ ଘଟଣା ଦିନ ଡରରେ ତାଙ୍କର ହୃଦଘାତ ହୋଇଥିଲା | ତାଙ୍କ ଉପରେ ଲାଠିଚାର୍ଜ କରାଯାଇନାହିଁ ବୋଲି କହିଛି ପୁଲିସ |

ସମ୍ବନ୍ଧିତ ଖବର