ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ହ୍ଵାଟ୍‌ସ୍‌ଆପ୍‌ରେ ଦାଖଲ ୯ଟି ପ୍ରାର୍ଥୀପତ୍ରକୁ କାଏମ୍‌ କଲେ ହାଇକୋର୍ଟ

କୋଲକାତା: ହ୍ଵାଟ୍‌ସ୍‌ ଆପ୍‌ ଜରିଆରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ୯ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ବୋଲି ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ କାଲ୍‌କାଟା ହାଇକୋର୍ଟ ଆଦେଶ ଦେଇଛନ୍ତି।

ଏହି ୯ ଜଣ ଆବେଦନକାରୀ ୨୦୧୮ ପଞ୍ଚାୟତ ନିର୍ବାଚନରେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପାରିବେ।

ଆବେଦନକାରୀମାନେ ଦର୍ଶାଇ ଥିଲେ କି, ସେମାନେ ପ୍ରତ୍ୟେକ୍ଷ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ବିଫଳ ହେବା ପରେ ସେ ସବୁକୁ ଭାଙ୍ଗର-ଟୁ ବିଡିଓଙ୍କ ପାଖକୁ ହ୍ଵାଟ୍‌ସ୍‌ଆପ୍‌ ଜରିଆରେ ପଠାଇ ଦେଇଥିଲୁ।

ସୋମବାର ଦିନ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିସନର୍‌ଙ୍କୁ କହିଥିଲେ କି, ଏ ୯ ଜଣ ବ୍ୟକ୍ତିଙ୍କୁ ଆଲିପୁରସ୍ଥିତ ସବ୍‌-ଡିଭିଜ୍‌ନାଲ୍‌ ଅଫିସର୍‌ଙ୍କ କାର୍ଯ୍ୟାଳୟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରାଇବାରେ ସହାୟତା କର। କିନ୍ତୁ, ପ୍ରାର୍ଥୀମାନଙ୍କ ମଧ୍ୟରୁ ଶମିଷ୍ଠା ଚୌଧୁରୀ ନାମ୍ନୀ ଜଣେ ପ୍ରାର୍ଥୀ ମଙ୍ଗଳବାର ଦିନ କହିଛନ୍ତି ଯେ ପ୍ରାର୍ଥୀପତ୍ର ଦାଖଲ ଦିନ ତାଙ୍କୁ ଅଫିସ୍‌ରେ ଅପେକ୍ଷା କରିବାକୁ କୁହାଗଲା; ପରେ ପରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ସେମାନଙ୍କ କାଗଜପତ୍ର ନେଇଯିବା ସହ ପ୍ରାର୍ଥୀପତ୍ର ଦାଖଲ କରାଇ ଦେଇ ନ ଥିଲେ। ତେଣୁ ସେ ଓ ଅନ୍ୟମାନେ ସେମାନଙ୍କ ପ୍ରାର୍ଥୀପତ୍ର ହ୍ଵାଟ୍‌ସ୍‌ଆପ ଜରିଆରେ ବିଡିଓଙ୍କ ନିକଟକୁ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର