ପଶ୍ଚିମବଙ୍ଗ ପାଳିବ ନାହିଁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଦିବସ

କୋଲକାତା: ସେପ୍ଟେମ୍ବର ୨୩ ତାରିଖ ଦିନ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଦିବସ ପାଳନ କରବାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିସନ୍‌ ବିଶ୍ୱବିଦ୍ୟାଳୟସମୂହକୁ ନିର୍ଦେଶ ଦେବା ବିଜେପି ଆଜେଣ୍ଡାର ଅଂଶବିଶେେ ଏବଂ ପଶ୍ଚିମବଙ୍ଗର ଶିକ୍ଷାନୁଷ୍ଠାନ ସେ ଦିବସ ପାଳନ କରିବେ ନାହିଁ ବୋଲି ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀ ଶୁକ୍ରବାର ଦିନ କହିଛନ୍ତି।

ସେନାକୁ ବିଦ୍ୱେଷପୂର୍ଣ୍ଣ ଏବଂ ରାଜନୀତିକରଣ କରିବାକୁ ଉଦ୍ୟମ କରୁଥିବାରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଶିକ୍ଷାମନ୍ତ୍ରୀ ସମାଲୋଚନା କରିଛନ୍ତି।

ଚାଟ୍ଟାର୍ଜୀ କହିଛନ୍ତି: ଏଇଟା ବିଜେପିର ଗୋଟାଏ ଆଜେଣ୍ଡା ଏବଂ ନିର୍ବାଚନ ପୂର୍ବରୁ ସେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିସନକୁ ବ୍ୟବହାର କରି ଆଗେଇ ନେବାକୁ ଚେଷ୍ଟା କରୁଛି।

ସେ ଆହୁରି କହିଛନ୍ତି: ଆମ ସୈନିକମାନେ ଦେଇଥିବା ଆତ୍ମବଳି ନିମନ୍ତେ ଏ ଦିନଟିକୁ ପାଳିବାକୁ କହିଥିଲେ ଆମେ ମାନି ଥାଆନ୍ତୁ। ଆମ ସୈନିକ ଓ ସେମାନଙ୍କ ଆତ୍ମବଳି ପ୍ରତି ଆମର ପୂର୍ଣ୍ଣ ସମ୍ମାନ ରହିଛି।

ଭାରତୀୟ ସେନାକୁ ସର୍ବଦା ରାଜନୀତି ଓ ବିବାଦ ଠାରୁ ଊର୍ଦ୍ଧ୍ୱରେ ରଖାଯାଇଛି। କିନ୍ତୁ ଏବେ ଆମେ ଦେଖୁଛୁ ବିଜେପି ଭାରତୀୟ ସେନାକୁ ବିଦ୍ୱେଷପୂର୍ଣ୍ଣ ଏବଂ ରାଜନୀତିକରଣ କରିବାକୁ ଉଦ୍ୟମ କରୁଛି। ସେଇଟା ଠିକ୍‌ ନୁହେଁ, ଆମେ ତାକୁ ସମର୍ଥନ କରିବୁ ନାହିଁ।

 

ସମ୍ବନ୍ଧିତ ଖବର