ପଶ୍ଚିମବଙ୍ଗ: ବିଜେପିରେ ସାମିଲ୍‌ ହେଲେ ବଙ୍ଗୀୟ ଅଭିନେତ୍ରୀ ରିମ୍‌ଝିମ୍‌ ମିତ୍ର, ଅଭିନେତା ସୂରଜିତ୍‌ ଚୌଧୁରୀ ଏବଂ ମଡେଲ୍‌ ପାମିଲା ଗୌସ୍ୱାମୀ

କୋଲକାତା: ବଙ୍ଗୀୟ ଟେଲି ଓ ଚଳଚ୍ଚିତ୍ର ଅଭିନେତ୍ରୀ ରିମ୍‌ଝିମ୍‌ ମିତ୍ରଙ୍କ ସମେତ ରବିବାର ୩ ଜଣ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ‘ଝଲକ ଦିଖଲା ଜା’ ଜିତିଥିବା ରିମ୍‌ଝିମ ଜଣେ ପରିଚିତା ଟେଲି ଅଭିନେତ୍ରୀ। ସେ ୨୦୧୩ ମସିହାରେ ‘ବିଗ୍‌ ବସ୍‌ ବଙ୍ଗଳା’ରେ ଦେଖିବାକୁ ମିଳିଥିଲେ। ସେ ‘ତିନ୍‌ ୟାରି କଥା’ ଏବଂ ‘କ୍ରସ୍‌ କନେକ୍‌ସନ’ ଚଳଚ୍ଚିତ୍ରରେ ବି ଅଭିନୟ କରିଛନ୍ତି।

ବିଜେପିରେ ଯୋଗ ଦେବା ପରେ ରିମ୍‌ଝିମ ତାଙ୍କ ଖୁସି ବ୍ୟକ୍ତ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ବିଜେପିର ରାଜ୍ୟ ଅଧ୍ୟକ୍ଷ ଦୀଲିପ ଘୋଷ ତାଙ୍କୁ ଦଳୀୟ ପତକା ଧରାଇ ଆନୁଷ୍ଠାନିକ ଭାବେ ଦଳକୁ ସ୍ୱାଗତ କରିଛନ୍ତି। ରିମ୍‌ଝିମ୍‌ଙ୍କ ବ୍ୟତୀତ ଅଭିନେତା ସୂରଜିତ୍‌ ଚୌଧୁରୀ ଏବଂ ମଡେଲ୍‌ ପାମିଲା ଗୌସ୍ୱାମୀ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି।

ରିମ୍‌ଝିମ୍‌ ବିଜେପିରେ ସାମିଲ୍‌ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣ ମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସିବିଆଇ ଓ ଇଡି ତଦନ୍ତକୁ ଭୟ କରି ସେଲିବ୍ରେଟିମାନେ ବିଜେପିରେ ସାମିଲ୍‌ ହେଉଛନ୍ତି।

ସମ୍ବନ୍ଧିତ ଖବର