ଜ୍ୟୋତିଷଙ୍କ ଉପଦେଶ କ୍ରମେ ବିଳମ୍ବରେ ଯାତ୍ରା ଆରମ୍ଭ କଲେ ବିଏମ୍‌ଟିସି ବସ୍‌ ଡ୍ରାଇଭର୍‌

ବେଙ୍ଗାଲୁରୁ: ସେପ୍ଟେମ୍ବର ପହିଲା ଦିନ ବାଙ୍ଗାଲୋର୍‌ ମେଟ୍ରୋପଲିଟାନ୍‌ ଟ୍ରାନ୍‌ସ୍‌ପୋର୍ଟ କର୍ପୋରେସନ୍‌ର (ବିଏମ୍‌ଟିସି) ବସ୍‌ ୩୩ ନମ୍ବର ଡିପୋରୁ ତା’ର ନିର୍ଦ୍ଧାରିତ ସମୟ ଠାରୁ କେତେ ମିନିଟ୍‌ ପରେ ଯାତ୍ରା ଆରମ୍ଭ କରିଥିଲା। ଏଥିପାଇଁ ସମ୍ପୃକ୍ତ ଡ୍ରାଇଭର୍‌ଙ୍କୁ ଅଫିସ ତରଫରୁ କୈଫୟତ୍‌ ମଗାଯିବାରୁ ସେ କହିଲେ: ଜଣେ ଜ୍ୟୋତିଷଙ୍କ ପରାମର୍ଶରେ ମୁଁ ବସ୍‌ ଚଳାଇବା ବିଳମ୍ବ କରିଥିଲି। ନିର୍ଦ୍ଧାରିତ ସମୟରେ ବସ୍‌ ଛାଡ଼ିଲେ ୧୫ ଜଣ ଯାତ୍ରୀ ମରିଯିବେ ବୋଲି ସେ ମତେ ଚେତାଇ ଦେଇଥିଲେ।

୪୫ ଜେ ରୁଟ୍‌- ଚେନ୍ନାମ୍ମାନାକେରେ ଅଚୁକାଟ୍ଟୁରୁ ମାଜେଷ୍ଟିକ୍‌ ଯାଏଁ ନିର୍ଦ୍ଧାରିତ ସମୟ ସକାଳ ୬ଟା ୧୫ ମିନିଟ୍‌ରେ ବସ୍‌ ଚଳାଇବାକୁ ଡ୍ରାଇଭର୍‌ ଯୋଗେଶ ଗୌଡ଼ଙ୍କୁ ମୁତୟନ କରାଯାଇଥିଲା ବୋଲି ବିଏମ୍‌ଟିସି ମୁଖ୍ୟାଳୟ କହିଛି।

ନିଗମ ଦାବି କରିଛି ଯେ ଗୌଡ଼ ସେଦିନ ୭ଟା ୩୫ ମିନିଟ୍‌ରେ ବସ୍‌ ଛାଡ଼ିବାରୁ ନିଗମର ଆର୍ଥିକ କ୍ଷତି ଘଟିବା ସହ ବସ୍‌ର ଟ୍ରିପ୍‌ ସଂଖ୍ୟା କମିଗଲା। କିନ୍ତୁ ଗୌଡ଼ କହିଛନ୍ତି ଯେ ବସ୍‌ ଛାଡ଼ିବାରେ ସେ ୧ ଘଣ୍ଟା ୨୦ ମିନିଟ୍‌ ବିଳମ୍ବ କରି ନାହାନ୍ତି।

ସେ କହିଛନ୍ତି: ବସ୍‌ର ନିର୍ଦ୍ଧାରିତ ସମୟ ଥିଲା ସକାଳ ୬. ୩୫ ସେ ମାତ୍ର ୫୦ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ୭ଟା ୨୫ ମିନିଟ୍‌ରେ ବସ୍‌ ଛାଡ଼ିଛନ୍ତି। ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ସେ ବସ୍‌ ଯାତ୍ରା ବିଳମ୍ବ କରିଥିଲେ।

ଅଗଷ୍ଟ ୩୧ ତାରିଖ ଦିନ ସେ ଜଣେ ପ୍ରସିଦ୍ଧ ଜ୍ୟୋତିଷଙ୍କୁ ଭେଟିଥିଲି। ସେ କହିଲେ କି, ଯଦି ମୁଁ ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ କରେ ତେବେ ରାହୁକାଳ ଥିବାରୁ ୧୫ ଜଣ ଯାତ୍ରୀ ମୃତ୍ୟୁ ବରଣ କରିବେ। ବିଏମ୍‌ଟିସିର କ୍ଷତି କରିବା ମୋର ଉଦ୍ଦେଶ୍ୟ ନ ଥିଲା।

ନିଜର ବିଶ୍ୱାସକୁ ସୁରକ୍ଷା ଦେବାକୁ ସେ ବିଏମ୍‌ଟିସି ଆୟୋଜନ କରୁଥିବା ବିଭିନ୍ନ ପୂଜାନୁଷ୍ଠାନ ସଂକ୍ରାନ୍ତରେ କହିଥିଲେ। ସେ କହିଥିଲେ ନିଗମ ଗଣେଶ ଚତୁର୍ଥୀ, ବାସବ ଜୟନ୍ତୀ ପାଳିବା ସହ ବିଭିନ୍ନ ହୋମଯଜ୍ଞ ଆଦି କରୁଛନ୍ତି।

ସମ୍ବନ୍ଧିତ ଖବର