ଲିଟିଲ୍‌ କୁମାରସ୍ୱାମୀର କରୁଣ କାହାଣୀ! ପୁଲିସ୍‌ ଦ୍ୱାରା ଉଦ୍ଧାର, କନ୍‌ଷ୍ଟେବଲ୍‌ କରାଇଲେ ସ୍ତନ୍ୟପାନ, ନାମକରଣ କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ତିନି ମାସର ଶିଶୁ ପୁତ୍ରର ଜନନୀ ତଥା ପୁଲିସ୍‌ କନେଷ୍ଟବଲ୍‌ ଅର୍ଚ୍ଚନା ଜଣେ ଅପହୃତ ନବଜାତକକୁ ଦୁଗ୍ଧପାନ କରାଇ ଚର୍ଚ୍ଚା ପାଲଟିଛନ୍ତି। ଏହି ନବଜାତକଟିକୁ ତା’ର ବାପାମାଆଙ୍କ ପାଖରୁ ଅପହରଣ କରାଯିବା ପରେ ବାଙ୍ଗାଲୁର ପୁଲିସ୍‌ ଉଦ୍ଧାର କରିଛି। ପୁଲିସ୍‌ ଉଦ୍ଧାର କରିବା ପରେ ଅଚ୍ଚର୍ନା ନାମ୍ନୀ ଏହି ସହୃଦୟା ପୁଲିସ୍‌ କନେଷ୍ଟବଲ୍‌ ତାକୁ ଦୁଗ୍ଧପାନ କରାଇବା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ତାହାର ନାମକରଣ କରିଛନ୍ତି। ଶିଶୁଟିର ନାମ ରଖାଯାଇଛି ଲିଟିଲ୍‌ କୁମାରସ୍ୱାମୀ।

ରିପୋର୍ଟ ମୁତାବକ, ସହରର ସେଲିବ୍ରିଟି ଲେଆଉଟ୍‌ଠାରେ ଥିବା ଏକ କନ୍‌ଷ୍ଟ୍ରକସନ୍‌ ସାଇଟ୍‌ରେ ଥୁଆ ହୋଇଥିବା ଏକ ବସ୍‌ ତଳେ ଶିଶୁଟି ବ୍ୟାଗ୍‌ ଭିତରେ ପଶିଥିବା ଅବସ୍ଥାରେ ମିଳିଛି। ଲୋକମାନେ ଶିଶୁଟିକୁ ପାଇବା ପରେ ସ୍ଥାନୀୟ ଦୋକାନୀକୁ କହିଥିଲେ। ଦୋକାନୀ ଜଣକ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଆସି ଘଟଣାର ତଦନ୍ତ କରିଥିଲା।

ତା’ପରେ ସେହି ଶଶୁଟିକୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌କୁ ନିଆଗଲା। ସେଠାରେ ତାକୁ ପାଣି କପଡ଼ାରେ ପୋଛାପୋଛି କରି ନୂଆ ବସ୍ତ୍ର ପିନ୍ଧାଯିବା ପରେ ମହିଳା କନେଷ୍ଟବଲ୍‌ ଅର୍ଚ୍ଚନାଙ୍କ ଦାୟିତ୍ୱରେ ଦିଆଗଲା। ସେହି ଦୁର୍ବଳ ଓ ନିସହାୟ ଶିଶୁଟିକୁ ଦେଖି ଅଚ୍ଚର୍ନା ଦୟାପରବଶ ହୋଇ ତାକୁ ସ୍ତନ୍ୟପାନ କରାଇଥିଲେ। ଶିଶୁଟି ଏବେ ସରକାରଙ୍କ ଅଧୀନରେ ବଢ଼ିବ।

ସମ୍ବନ୍ଧିତ ଖବର