ହାଇଦ୍ରାବାଦରେ ଘଟଣା ପରେ ବେଙ୍ଗାଲୁରୁ ମେଟ୍ରୋର ବଡ଼ ପଦକ୍ଷେପ: ସୁରକ୍ଷା ଦୃଷ୍ଟିରୁ ମହିଳାମାନେ ଏହି ଅସ୍ତ୍ର ସାଥୀରେ ନେଇ ପାରିବେ

ବେଙ୍ଗାଲୁରୁ: ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ସହ ଘଟିଥିବା ଘଟଣା ଏବେ ଦେଶବାସୀଙ୍କ ନିଦରୁ ଉଠାଇଛି। ଆଗାମୀ ଦିନରେ କାହା ସହ ମଧ୍ୟ ଏଭଳି ଘଟଣା ଘଟିପାରେ ବୋଲି ଅନୁଭବ କରିବା ସହ ଏଭଳି ଅପରାଧ ପାଇଁ ଅପରାଧୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିବା ଆରମ୍ଭ କରିଛନ୍ତି। ଏହା ସହ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ହେବା ପରେ ଏବେ କିଛି ରାଜ୍ୟ ମହିଳାମାନଙ୍କ ସୁରକ୍ଷା ପାଇଁ ନୂଅ ନୂଆ ପଦକ୍ଷେପ ନେଉଥିବା ଦେଖାଯାଇଛି। ଗତକାଲି ଲୁଧିଆନା ପୁଲିସ ମହିଳାଙ୍କୁ ମାଗଣାରେ ଘରେ ଛାଡ଼ିବା ନେଇ ପୁଲିସ ଗାଡ଼ିର ବ୍ୟବସ୍ଥା କରିଥିବା ବେଳେ ଏବେ ବେଙ୍ଗାଲୁରୁ ମେଟ୍ରୋ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛି।

पेपर स्प्रे के साथ सफर कर सकेंगी महिलाएं
oneindia.com

ଏବେ ମେଟ୍ରୋରେ ଯାତ୍ରା କରିବା ସମୟରେ ମହିଳାମାନେ ପିପର ସ୍ପ୍ରେ ‌ନେଇ ପାରିବେ। ମହିଳାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ମଙ୍ଗଳବାର ବେଙ୍ଗାଲୁରୁ ମେ‌ଟ୍ରୋ ରେଲ କର୍ପୋରେସନ ଲିମିଟେଡ୍ ଏଭଳି ନିଷ୍ପତ୍ତି ନେଇଛି। ଏଭଳି ନିଷ୍ପତ୍ତି ପରେ ନିଶ୍ଚିତ ଭାବରେ ମହିଳାମାନେ ନିଜକୁ ରକ୍ଷା କରି ପାରିବେ ବୋଲି ବେଙ୍ଗାଲୁରୁ ମେ‌ଟ୍ରୋ ରେଲ କର୍ପୋରେସନ ଲିମିଟେଡ୍ ଆଶା ବ୍ୟକ୍ତ କରିଛି।

ବେଙ୍ଗାଲୁରୁ ମେ‌ଟ୍ରୋ ରେଲ କର୍ପୋରେସନ ଲିମିଟେଡ୍ ମୁଖ୍ୟ ପିଆରଓ ବି.ଏଲ୍. ଯଶୱନ୍ତ ଚୌହାନଙ୍କ କହିବା ମୁତାବକ, ମହିଳାମାନଙ୍କୁ ପିପର ସ୍ପ୍ରେ ସହ ଭିତରକୁ ଛାଡ଼ିବା ପାଇଁ ମେଟ୍ରୋର ସୁରକ୍ଷାକର୍ମୀମାନଙ୍କୁ ଆଦେଶ ଦିଆଯାଇଛି। ଏବେ ମହିଳାମାନେ ପିପର ସ୍ପ୍ରେ ନେଇ ମେଟ୍ରୋରେ ଯାତ୍ରା କରି ପାରିବେ। ଯଦି କୌଣସି ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ପିପର ସ୍ପ୍ରେ ନେଇ ପ୍ରବେଶ କରିବାକୁ ମନା କରନ୍ତି, ତେବେ ସେ ତୁରନ୍ତ ଆମକୁ ଜଣାଇ ପାରିବେ।

ସମ୍ବନ୍ଧିତ ଖବର