‘ବର୍ଲିନ ଓ୍ଵାଲ୍‌’ ଢାଞ୍ଚାରେ ସୁରକ୍ଷିତ ହେବ ପାକ୍‌-ଆଫ୍‌ଗାନ ସୀମା

ଧ୍ୱଂସ ହେବ ହକାନି ନେଟ୍‌ଓ୍ଵର୍କ

ସିଓଲ:  ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଅନୁପ୍ରବେଶକୁ ରୋକିବା  ପାଇଁ ବର୍ଲିନ ଓ୍ଵାଲ ଢାଞ୍ଚାରେ ବିଭାଜନ ବ୍ୟବସ୍ଥା କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏଥିପାଇଁ ପାକିସ୍ତାନ ୨୫୦୦ କିମିର ତାରବାଡ଼ ନିର୍ମାଣ କରିବାକୁ ଯୋଜନା କରିଛି। ଏହାର ସୁରକ୍ଷା ପାଇଁ ଅଧିକ ୩୦ ହଜାର ଯବାନ ମୁତୟନ ହେବେ ଏବଂ ଶହେଟି ପୋଷ୍ଟରୁ ଏହି ସୀମା ଉପରେ ଅହରହ ନଜର ରଖାଯିବ ବୋଲି ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ୧୮୯୩ରେ  ବ୍ରିଟିଶ ସରକାର ଦ୍ୱାରା ଟଣା ଯାଇଥିବା ସୀମାରେଖା ଅତ୍ୟନ୍ତ ବିବାଦୀୟ ରହିଛି ଏବଂ ପାକିସ୍ତାନ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛି। ଏ ବାବଦରେ ଆଫଗାନିସ୍ତାନର ସହାୟତା ଲୋଡ଼ିଛି ଇସ୍‌ଲାମାବାଦ।  ପାକ୍‌-ଆଫଗାନ ସୀମା ଦେଇ ଆତଙ୍କବାଦୀଙ୍କ ଅବାଧ ଯାତାୟତ ଉଭୟ ରାଷ୍ଟ୍ର ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି ।  ପାକିସ୍ତାନରେ ତାଲିମ ନେଇ ଶହ ଶହ ଆତଙ୍କବାଦୀ ବିପୁଳ ଅସ୍ତ୍ରଶସ୍ତ୍ର ସହ ଆଫଗାନିସ୍ତାନରେ ପ୍ରବେଶ କରୁଥିବାରୁ  ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌  ପାକିସ୍ତାନକୁ ଚେତାବନୀ ଦେଇଥିଲେ। ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତିନିଧି ରାଷ୍ଟ୍ର ଭଳି କାର୍ଯ୍ୟ କରୁଥିବାରୁ ଏହାର ଚରମ ପରିଣତି ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ୍‌ ଚେତାଇ ଦେଇଥିଲେ। ପାକିସ୍ତାନ ସରକାରଙ୍କ ଆତଙ୍କବାଦୀଙ୍କ ପ୍ରତି ଦରଦ ନୀତି ଯୋଗୁଁ  ଆଫଗାନ ସରକାର ମଧ୍ୟ ଜାତିସଂଘରେ ଏହାର କଡ଼ା ବିରୋଧ କରି ଆସୁଛନ୍ତି । ଏଭଳି ସ୍ଥିତିରେ ପାକିସ୍ତାନର ସୀମା ସୁରକ୍ଷା ପଦକ୍ଷେପକୁ ଆଫଗାନିସ୍ତାନ ପୂର୍ଣ୍ଣ ସମର୍ଥନ ଦେବ ବୋଲି କୁହାଯାଉଛି ।  ଆଫଗାନିସ୍ତାନରେ ହତ୍ୟା, ଅପହରଣ ଓ ଲଟପାଟର ତାଣ୍ଡବ ଚଳାଇଥିବା ହକାନି ନେଟ୍‌ଓ୍ଵର୍କ ଏବେ ଆମେରିକା ସେନା ପାଇଁ ବଡ଼ ସମସ୍ୟା ହୋଇଛି। ଆଫଗାନିିସ୍ତାନରେ ମୁତୟନ ଥିବା ଆମେରିକା ସେନାକୁ ହକାନି ଲଗାତାର ଟାର୍ଗେଟ୍‌ କରିଚାଲିଥିବାରୁ ଆମେରିକା ଏହା ବିରୋଧରେ ଆଭିମୁଖ୍ୟ ଆହୁରି କଠୋର କରିଛି। ଟ୍ରମ୍ପ୍‌ଙ୍କ ଚେତାବନୀ ପରେ ଆଜି ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ଵାଜା ଆସିଫ କହିଛନ୍ତି ଯେ ହକାନି ନେ୍‌୍‌ଟଓ୍ଵର୍କ ବିରୋଧରେ ପ୍ରମାଣ ଦେଲେ ପାକିସ୍ତାନ ତାହାକୁ ଧ୍ୱଂସ କରିବାକୁ ପଦକ୍ଷେପ ନେବା। ପାକିସ୍ତାନରେ ହକାନି ନେଟ୍‌୍‌ଓ୍ଵର୍କ ୩ଟି ସଂଚାଳନ କେନ୍ଦ୍ର ରହିଥିବା କୁହାଯାଉଛି ।

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌୍‌ଆଇ ଆତଙ୍କବାଦୀ ଗୋଷ୍ଠୀ ସହ ସଂପର୍କ ଓ ତାଳମେଳ ରଖି କାମ କରୁଛି ବୋଲି ନିକଟରେ ଆମେରିକା ସେନାର ବରିଷ୍ଠ ଜେନେରାଲ ଜୋସେଫ୍‌ ଡନ୍‌୍‌ଫୋର୍ଡ ବୟାନ ଦେବାପରେ ପାକିସ୍ତାନ ଏ ବାବଦରେ ସତର୍କ ହୋଇଉଠିଛି। ପାକିସ୍ତାନୀ ଗୁଇନ୍ଦାମାନେ ଆତଙ୍କବାଦୀ ନେଟ୍‌୍‌ଓ୍ଵର୍କକୁ ସୁରକ୍ଷା ଦେବାପାଇଁ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି ଏବଂ ଆତଙ୍କର କାୟା ବିସ୍ତାରରେ ସହଯୋଗ କରୁଛନ୍ତି ବୋଲି ଡନ୍‌ଫୋର୍ଡ କହିଥିଲେ।   ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାନେଇ ତା’ର ନୀତିରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ, ଅନ୍ୟଥା ଏହା ଅସ୍ଥିରତା ବଢ଼ାଇବ ବୋଲି ଟ୍ରମ୍ପ୍‌ଙ୍କ ଚେତାବନୀ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ହକାନି ନେଟ୍‌୍‌ଓ୍ଵର୍କ ଧ୍ୱଂସ କରିବା ପାଇଁ ସହମତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର