ଆଡଭାନୀଙ୍କୁ ନେଇ ବିଜେପି-କଂଗ୍ରେସ ଟଣାଓଟରା

ମୁମ୍ବାଇ: ଜୀବନରେ ଗୁରୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ହିନ୍ଦୁ ସଭ୍ୟତା କହୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରାଜନୈତିକ ଗୁରୁ ଲାଲକୃଷ୍ଣ ଆଡଭାନୀଙ୍କୁ ଅପମାନ ଦେଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ବିଜେପି ଅପେକ୍ଷା କଂଗ୍ରେସ ଆଡଭାନୀଙ୍କୁ ଅଧିକ ସମ୍ମାନ ଦିଏ ବୋଲି ରାହୁଲ ମହାରାଷ୍ଟ୍ରର ଏକ ସଭାରେ କହିଛନ୍ତି। ରାହୁଲଙ୍କ ଏଭଳି ବିବୃତି ପରେ ବିଜେପି ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛି। ବିଜେପି ମୁଖପାତ୍ର ଅନିଲ ବାଲୁନି କହିଛନ୍ତି ଯେ, ଭାରତୀୟଙ୍କ ଚିନ୍ତାଧାରା ପ୍ରତି ରାହୁଲଙ୍କର କୌଣସି ସମ୍ମାନ ନାହିଁ, ସେ ରାଜନୈତିକ ଓ ସାମାଜିକ ନିୟମର ଉଲ୍ଲଂଘନ କରୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ କଂଗ୍ରେସ ଯେଭଳି ସମାଲୋଚନା କରିଥିଲା, ଦେଶବାସୀ ଦେଖିଛନ୍ତି ବୋଲି ବାଲୁନି କହିଛନ୍ତି।

ସମ୍ବନ୍ଧିତ ଖବର