ଏଭଳି ମେସେଜ ପାଉଛନ୍ତି କି? ହ୍ୟାକ୍‌ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ; ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଦେଲା ଚେତାବନୀ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଜମା ଖାତା ଖୋଲିଥିବା ଖାତାଧାରୀଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମେସେଜ ମାଧ୍ୟମରେ ହେଉଥିବା ଠକେଇରୁ ବଞ୍ଚିବା ପାଇଁ ବ୍ୟାଙ୍କ ତରଫରୁ ଜମାକାରୀଙ୍କୁ ସଚେତନ କରାଇଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଜମାକରୀମାନଙ୍କୁ ଏକ ମେସେଜ ଆସୁଥିବା ଅଭିଯୋଗ ହୋଇଛି । ଯେଉଁଥିରେ ବ୍ୟାଙ୍କ ଖାତା ଏବଂ ଏଟିଏମ୍‌ କାର୍ଡ଼ ସମ୍ବନ୍ଧିତ ପ୍ରଶ୍ନ ପଚରାଯାଉଛି । ଏଭଳି ମେସେଜ ବ୍ୟାଙ୍କ ତରଫରୁ ପଠା ଯାଉ ନାହିଁ ବୋଲି କହି ନିଜ ଜମାକରୀମାନଙ୍କୁ ସତର୍କ କରାଇଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ଏଭଳି ମେସେଜ ଆସିଲେ ନିଜ ବ୍ୟାଙ୍କ ସହ ଜଡ଼ିତ କୌଣସି ସୂଚନା ନ ଦେବା ପାଇଁ ବ୍ୟାଙ୍କ ତରଫରୁ କୁହାଯାଇଛି । ଯଦି ଆପଣ ମେସେଜ ଜରିଆରେ ସବୁ ସୂଚନା ଦେଉଛନ୍ତି ତେବେ ଆପଣଙ୍କ ଆକଉଣ୍ଟରୁ ଚୋରି ହେବାର ଆଶଙ୍କା ରହିଛି ବୋଲି ଟ୍ଵିଟ୍‌ କରି ନିଜର ଜମାକରୀମାନଙ୍କୁ ସଚେତନ କରାଇଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ।

oneindia.com

ସୂଚନା ମୁତାବକ, ଆପଣଙ୍କ କ୍ରେଡ଼ିଟ୍‌ କାର୍ଡ଼ର ଅବଧି ସରିବାକୁ ଯାଉଛି । ଏହାର ଅବଧି ବଢ଼ାଇବା ପାଇଁ ଏହି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ବୋଲି ଏକ ମେସେଜ ଆସୁଛି । ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ନାଁ, ଇ-ମେଲ ଆଇଡ଼ି,ସଭିଭି ନମ୍ବର,କାର୍ଡ଼ର ଅବଧି ନମ୍ବର,କାର୍ଡ଼ ନମ୍ବର ଇତ୍ୟାଦି ମଗା ଯାଉଛି । ଯଦି ଆପଣ ସବୁ ବିବରଣୀ ଦେଉଛନ୍ତି ତେବେ ସଙ୍ଗେ ସଙ୍ଗେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେବାର ଆଶଙ୍କା ରହିଛି । ବ୍ୟାଙ୍କ କୌଣସି ସୂଚନା ନିଜ ଜମାକାରୀଙ୍କଠାରୁ ମେସେଜ ଜରିଆରେ ଆଣି ନ ଥାଏ । ଯଦି ଏଭଳି ମେସେଜ ଆସୁଛି ତେବେ କେହି ଚୋରି ଉଦ୍ଦେଶ୍ୟରେ ଏପରି  ମେସେଜ ପଠାଇଛି ବୋଲି ଜାଣି ନିଅନ୍ତୁ ।

ସମ୍ବନ୍ଧିତ ଖବର