କୋଲ୍କାତା: ଇନ୍ଧନ ଦର ବଢୁଥିବା ଯୋଗୁଁ ବିରୋଧୀ ଦଳଗୁଡ଼ିକ ଭାରତ ବନ୍ଦ ପାଳନ କରୁଥିବାରୁ ସୋମବାର ଦିନ ପୂର୍ବତଟ ରେଳବାଇ ଅନ୍ୟୂନ ୧୨ଟି ଟ୍ରେନ୍ ବାତିଲ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାତିଲ ଓ ବିଳମ୍ବରେ ଚାଲୁଥିବା ରେଳଗାଡ଼ି:
୧, ୧୨୦୭୪ ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ୍
୨. ୨୨୮୧୯ ଭୁବନେଶ୍ୱର-ବିଶାଖାପଟନମ୍ ଇଣ୍ଟର୍ ସିଟି ଏକ୍ସପ୍ରେସ୍
୩. ୧୮୦୧୮ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍ (ରିସିଡ୍ୟୁଲ୍ଡ୍)
୪. ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର୍ ରାୟଗଡ଼ା ଠାରେ ବାତିଲ କରାଯାଇଛି
୫. ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଲକ୍ଷ୍ମୀପୁର ରୋଡ୍ରେ ଅଟକିଛି
୬. ୧୮୪୪୮ ଜଗଦଳପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (ରୁଟ୍ ପରିବର୍ତ୍ତନ)
୭. ୧୮୪୩୮ ଜୁନାଗଡ଼ ରୋଡ୍- ଭୁବନେଶ୍ୱର ଏକ୍ସପ୍ରେସ୍ ୧୮୪୪୮ ହିରାଖଣ୍ଡ ଏକ୍ସପ୍ରେସ୍ ସହ ବିଜୟନଗରମ ଠାରେ ସଂଯୋଗ କରାଯିବ
ସକାଳେ କଂଗ୍ରେସ କର୍ମୀମାନେ ଅନ୍ୟ ବିରୋଧୀ ଦଳଙ୍କ ସହ ମିଶି ସମ୍ବଲପୁର ଠାରେ ରେଳ ରୋକ କରିଥିଲେ।