ଭୀମା କୋରେଗାଓଁ ହିଂସାକାଣ୍ଡ: ସାମାଜିକକର୍ମୀ ଆନନ୍ଦ ତେଲତୁମ୍ବଡ଼େଙ୍କୁ ଗିରଫ କଲା ପୁଣେ ପୁଲିସ

ପୁଣେ: ଭୀମା କୋରେଗାଓଁ ମାମଲାର ଅନ୍ୟତମ ଅଭିଯୁକ୍ତ ଆନନ୍ଦ ତେଲତୁମ୍ବଡ଼େଙ୍କୁ ଶନିବାର ଦିନ ପୁଣେ ପୁଲିସ ଗିରଫ କରିଛି।

ଶୁକ୍ରବାର ଦିନ ସାମାଜିକକର୍ମୀ ଓ ପ୍ରଧ୍ୟାପକ ତେଲତୁମ୍ବଡ଼େଙ୍କ ଆଗୁଆ ଜାମିନ ଆବେଦନ ପତ୍ରକୁ ପୁଣେ ସେସନସ୍‌ କୋର୍ଟ ନାକଚ କରିଦେବା ପରେ ଶନିବାର ପ୍ରତ୍ୟୁଷରେ ତାଙ୍କୁ ଗିରଫ କରାଯାଇଛି।

ଏଲ୍‌ଗାର୍‌ ପରିଷଦ୍‌ର ମାମଲା ଅଭିଯୁକ୍ତ ତେଲତୁମ୍ବଦେଙ୍କୁ ମୁମ୍ବାଇ ଡୋମେଷ୍ଟିକ୍‌ ଏୟାର୍‌ପୋର୍ଟରୁ ଗିରଫ କରାଯିବା ପରେ ପୁଣେର ଲସ୍‌କର୍‌ ଥାନାକୁ ନିଆଯାଇଛି।

ଆଜି ଅପରାହ୍ଣ ୨ଟାରେ ତାଙ୍କୁ ପୁଣେ ଡିଷ୍ଟ୍ରିକ୍ଟ୍‌ କୋର୍ଟରେ ହାଜର କରାଯିବ।

ଗତବର୍ଷ ଅଗଷ୍ଟ ମାସରେ ପୁଣେ ପୁଲିସ ତେଲତୁମ୍ବଡ଼େଙ୍କ ଘରେ ଚଢ଼ାଉ କରିଥିଲା। ଆଗୁଆ ଜାମିନ ସକାଶ ତାଙ୍କ ଆବେଦନକୁ ପୁଲିସ ଜାନୁଆରି ୩୦ ତାରିଖରେ ବିରୋଧ କରିଥିଲା। ପୁଲିସ ଯୁକ୍ତି ବାଢ଼ିଥିଲା କି, ପ୍ରମାଣ ସଂଗ୍ରହ ଲାଗି ତଦନ୍ତକାରୀ ସଂସ୍ଥାକୁ ଯଥେଷ୍ଟ ସୁଯୋଗ ଦେବା ଆବଶ୍ୟକ। ଏଥିଲାଗି ପୁଲିସ ହାଜତରେ ପଚରା ଉଚରା କରାଯିବାକୁ ପୁଲିସ ଅନୁମତି ମାଗିଥିଲେ।

ସମ୍ବନ୍ଧିତ ଖବର