ଭୀମା କୋରେଗାଓଁ ମାମଲାରେ ସୁଧା ଭରଦ୍ୱାଜ, ଅରୁଣ ଫେରିରା ଓ ଭେରନନ୍‌ ଗୋଜ୍ଲାଭେସ୍‌ ୧୪ ଦିନ ପାଇଁ ଗଲେ ବିଚାର ବିଭାଗୀୟ ହାଜତକୁ

ପୁଣେ (ମହାରାଷ୍ଟ୍ର): ବହୁ ଚର୍ଚ୍ଚିତ ଭୀମା କୋରେଗାଓଁ ହିଂସା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ସାମାଜିକ କର୍ମୀ ସୁଧା ଭରଦ୍ୱାଜ, ଅରୁଣ ଫେରିରା ଓ ଭେରନନ୍‌ ଗୋଜ୍ଲାଭେସ୍‌ଙ୍କୁ ଆଜି ପୁଣେର ସେସନ୍ସ ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ (ଜେଲ)କୁ ପଠାଇ ଦେଇଛନ୍ତି।

ଆଜି ସେସନ୍ସ ଅଦାଲତରେ ହାଜର ହେବା ସମୟରେ ଅଭିଯୁକ୍ତ ଅରୁଣ ଫେରିରା ବିଚାରପତିଙ୍କୁ ପୁଲିସ୍‌ ବିରୋଧରେ ଅଭିଯୋଗ କରି କହିଥିଲେ ପୁଲିସ୍‌ ହେପାଜତରେ ଥିବାବେଳେ ତାଙ୍କୁ ପଚରାଉଚୁରା କରିବାକୁ ଯାଇ ପୁଲିସ୍‌ ତାଙ୍କୁ ମାରଧର କରିଛି। ନଭେମ୍ବର ୪ ତାରଖ ଦିନ କିଛି ପୁଲିସ୍‌ ଅଧିକାରୀ ୮ରୁ ୧୦ ଥର ଚାପୁଡ଼ା ପରେ ଚାପୁଡ଼ା ମାରି ଆହତ କରି ଦେଇଥିଲେ ଏବଂ ପରେ ନଭେମ୍ବର ୫ ତାରଖ ଦିନ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ବୋଲି ସେ ବିଚାରପତିଙ୍କ ସମ୍ମୁଖରେ କହିଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ପ୍ରକାଶ।


ତେବେ, ଆଜି ଏହି ମାମଲାର ଶୁଣାଣି କରି ପୁଣେର ସେସନ୍ସ ଅଦାଲତ ଭୀମା କୋରେଗାଓଁ ହିଂସା ଘଟଣାରେ ସଂପୃକ୍ତ ଥିବା ନେଇ ସୁଧା ଭରଦ୍ୱାଜ, ଅରୁଣ ଫେରିରା ଓ ଭେରନନ୍‌ ଗୋଜ୍ଲାଭେସ୍‌ଙ୍କ ବିରୋଧରେ ଆପାତଃ ପ୍ରମାଣଯୋଗ୍ୟ ତଥ୍ୟ ରହିଥିବା ଦର୍ଶାଇ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ (ଜେଲ)କୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର