ବାରାଣାସୀ: କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସର୍ବସମ୍ମୁଖରେ ଗୁଳିମାଡ, ହଷ୍ଟେଲ ବାହାରେ ଛାତ୍ରକୁ ହତ୍ୟା

ନୂଆଦିଲ୍ଲୀ/ବାରାଣାସୀ: କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପୁଣି ଗୁଳିମାଡ ହୋଇଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,  ବିରଳା ଛାତ୍ରାବାସ ବାହାରେ କିଛି ଛାତ୍ର ଛିଡା ହୋଇ କଥା ହୋଇ କଥା ହେଉଥିଲେ।  ଏହି ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଛାତ୍ର ଗୌରବ ସିଂହଙ୍କୁ ଲକ୍ଷ୍ୟ କରି ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହି ଗୁଳିମାଡରେ ବିରଳା-ଏ ଛାତ୍ରାବାସରେ ରହୁଥିବା ଛାତ୍ର ଗୌରବ ସିଂହ ଗୁରୁତର ଭାବେ ଆହତ ହୋଇ ଚଟାଣରେ ପଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ହତ୍ୟା ମାମଲାରେ ପୁଲିସ ୪ଜଣ ଛାତ୍ରକୁ ବିଚାରବିଭାଗୀୟ ହେପାଜତକୁ ନେଇଛି। କ୍ରାଇମ୍‌ ବ୍ରାଞ୍ଚ ଏହି ଛାତ୍ରଙ୍କୁ ପଚାରାଉଚରା ଜାରି ରଖିଛି।

zeenews

କୁହାଯାଉଛି କି, ଗୌରବ ଏମ୍‌ସିଏ ଫୋର୍ଥ ସେମିଷ୍ଟାର ଛାତ୍ର ଥିଲା। ସେ ବିରଳା -ଏ ହଷ୍ଟେଲରେ ରହୁଥିଲା। ସେଦିନ ସେ ତାର କେହି ଜଣେ ସମ୍ପର୍କୀୟଙ୍କ ସହ ହଷ୍ଟେଲ ବାହାରେ ଛିଡା ହୋଇ କଥା ହେଉଥିଲା। ଏହି ସମୟରେ କିଛି ଅଜଣା ବ୍ୟକ୍ତି ଆସି ତା’ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି, କୌଣସି ଗଣମାଧ୍ୟମକୁ ସେଠାକୁ ଯିବାକୁ ଅନୁମତି ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର