ସଂସ୍କୃତ ବିଭାଗରୁ ଇସ୍ତଫା ଦେଇ କଳା ବିଭାଗରେ ଯୋଗ ଦେଲେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିବାଦୀୟ ସଂସ୍କୃତ ପ୍ରଫେସର ଫିରୋଜ ଖାଁ

ବନାରସ : ଐତିହାସିକ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ‘ସଂସ୍କୃତ ବିଦ୍ୟା-ଧର୍ମବିଜ୍ଞାନ’ ବିଭାଗରେ ନିଯୁକ୍ତି ପାଇଥିବା ମୁସଲିମ ସଂସ୍କୃତ ପ୍ରଫେସର ଫିରୋଜ ଖାଁ ଏହି ବିଭାଗରୁ ଇସ୍ତଫା ଦେଇ କଳା ବିଭାଗରେ ଯୋଗ ଦେଇଛନ୍ତି । ତାଙ୍କ ନିଯୁକ୍ତିକୁ ନେଇ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରବଳ ବିରୋଧ କରୁଥିଲେ । ଏପରିକି ଫିରୋଜଙ୍କୁ ସମର୍ଥନ କରୁଥିବା ଜଣେ ଦଳିତ ପ୍ରଫେସରଙ୍କୁ ମଧ୍ୟ ଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି ।

ଏସଂପର୍କରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଫିରୋଜଙ୍କୁ କଳା ବିଭାଗ ଓ ଆୟୁର୍ବେଦ ବିଭାଗରେ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ଦୁଇଟି ବିଭାଗ ମଧ୍ୟରୁ ସେ କଳାବିଭାଗକୁ ବାଛିଥିବା ଜଣାଯାଇଛି ।

ଗତ ନଭେମ୍ବର ମାସରେ ଛାତ୍ରଛାତ୍ରୀମାନେ ପ୍ରାୟ ୧୫ ଦିନ ଧର୍ମଘଟ କରିବା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ପିଏମଓକୁ ନିଜର ଦାବିପତ୍ର ଦେଇଥିଲେ । ଏହାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା ।

ସମ୍ବନ୍ଧିତ ଖବର