ବିଗ୍‌ ବିଙ୍କ ବଦାନ୍ୟତା, ପ୍ରତ୍ୟେକ ସହିଦ ପରିବାରଙ୍କୁ ଦେବେ ୫ ଲକ୍ଷ ଟଙ୍କା

ମୁମ୍ବାଇ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ଶନିବାର ଅନ୍ତିମ ବିଦାୟ ଦେଇଛି ସମଗ୍ର ଦେଶ। ବଲିଉଡ୍‌ ବି ଏହି ଖବରରେ ମର୍ମାହତ। ସୂଚନା ରହିଛି ଯେ ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାଏ ଲେଖାଏଁ ପ୍ରଦାନ କରିବେ।

ଗୁରୁବାର ଜୈଶ-ଇ-ମହମ୍ମଦର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଘଟାଇଥିବା ଏହି ବିସ୍ଫୋରଣକୁ ପୂରା ଦେଶ ନିନ୍ଦା କରୁଛି। ବିସ୍ଫୋରଣରେ ସହିଦ ହୋଇଥିବା ୪୦ ଯବାନଙ୍କ ପରିବାର ସହ ପୂରା ଦେଶ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ସହିଦ ପରିବାରଙ୍କୁ ବିଭିନ୍ନ ଆଡୁ ସମବେଦନା ସହ ଅନୁକମ୍ପାମୂଳକ ରାଶି ମଧ୍ୟ ପ୍ରଦାନ କରାଯାଉଛି।

ତେବେ, ବିଗ୍‌ ବିଙ୍କର ସମବେଦନା ଓ ବଦାନ୍ୟତା ଏକ ନୂତନ ଉଦାହରଣ ସୃଷ୍ଟି କରିବ ନିଶ୍ଚୟ। ସେ ପ୍ରତି ସହିଦ ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କା ଦେବାର ଘୋଷଣା କରିଛନ୍ତି। ଅମିତାଭ ବଚ୍ଚନ ନିଜ ସଞ୍ଚିତ ଅର୍ଥରୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଯବାନଙ୍କ ଲାଗି ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର