ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନକୁ ସମର୍ଥନ କରି ଅଂଶ ଗ୍ରହଣ କଲେ ବିଗ୍‌ ବି

ନୂଆଦିଲ୍ଲୀ: ଆପଣ ଜାଣିଥିବେ ନିଶ୍ଚୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଜଣେ ସକ୍ରିୟ ଅଂଶୀଦାର। ଶନିବାର ପ୍ରଧାନମନ୍ତ୍ର ମୋଦି ଲଞ୍ଚ୍‌ କରିଥିବା ‘ସ୍ୱଚ୍ଛତା ହି ସେବା’ ଆନ୍ଦୋଳନକୁ ବି ବିଗ୍‌ ବି ଅମିତାଭ ସମର୍ଥନ କରିଛନ୍ତି।

ଏହି ଆନ୍ଦୋଳନ ଲଞ୍ଚ୍‌ ସମୟରେ ଏହି ଲୋକପ୍ରିୟ ଅଭିନେତା ପ୍ରଧାନମନ୍ତ୍ରୀ ମୋଦିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଭାରତକୁ ସ୍ୱଚ୍ଛ କରିବାରେ ମୋଦିଙ୍କ ପ୍ରଚେଷ୍ଟା ପ୍ରଶଂସାଯୋଗ୍ୟ ବୋଲି ବିଗ୍‌ ବି ମତବ୍ୟକ୍ତି କରିଛନ୍ତି।

ବିଗ୍‌ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ‘ଚାରି ବର୍ଷ ପୂର୍ବେ ଆପଣ ‘ସ୍ୱଚ୍ଛ ଭାରତ’ ମିସନ୍‌ ଆରମ୍ଭ କରିଥିଲେ। ଦେଶର ନାଗରିକ ଭାବେ ମୁଁ ବି ଏହି ମିସନ୍‌ରେ ଅଂଶ ଗ୍ରହଣ କରିଛି। ଗୁଡ଼ାଏ ସ୍ୱଚକଛତା କାର୍ଯ୍ୟରେ ମୁଁ ନିଜକୁ ନିୟୋଜିତ କରିଛି। ମୁମ୍ବାଇ ସମୂଳକୂଳକୁ ସଫା କରିବା ପାଇଁ ବି ପ୍ରଚାର କରିିଛି।’

ମୁମ୍ବାଇର ଭର୍‌ସୋଭା ବିଚ୍‌କୁ ସଫା କରିବାରେ ତାଙ୍କର ଯୋଗ ଦାନ ସଂପର୍କରେ ଅମିତାଭ କହିଛନ୍ତି କି ‘ସମୁଦ୍ରକୂଳର ଅବସ୍ଥା ଦେଖି ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ସମୁଦ୍ରକୂଳକୁ ଆମେ ଚାହିଁପାରୁନଥିଲୁ। ଯଦି ସେଠାରେ କିଛି ଦିଶୁଥିଲା ତ ତାହା ଥିବା ଅଳିଆ।’

ସମ୍ବନ୍ଧିତ ଖବର