ବିନା ଟିକେଟରେ ଟ୍ରେନରେ ଯାତ୍ରା କରି ପାରିବେ ମହିଳା!

ଏହି ନିକଟ ଅତୀତରେ ରେଳ ମନ୍ତ୍ରାଳୟ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସବୁ ବାଦ ବିବାଦକୁ ଏଡ଼ାଇବାକୁ ଯାଇ ରେଳ ମନ୍ତ୍ରାଳୟ ଏକ ଏତିହାସିକ ନିଷ୍ପତ୍ତି ଗ୍ରହଣ କରିଛି । ଟ୍ରେନରେ ଯାତ୍ରା କରୁଥିବା ବେଳେ ବେଳେ ବେଳେ ଟିକେଟ ନଥିବାରୁ ଟିଟିଇ ଯାତ୍ରୀମାନଙ୍କ ବାହାରକୁ ବାହାର କରି ଦେଇଥାଆନ୍ତି। ଯାହା ଫଳରେ ଅପରାଧୀମାନେ ଏପରି ଯାତ୍ରୀମାନଙ୍କ ଫାଇଦା ଉଠାଇଥାନ୍ତି ।
ଏଭଳି ସମସ୍ୟାର ସମାଧାନ କରିବାକୁ ଯାଇ ରେଳ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଏବେ ମହିଳା ଯାତ୍ରୀମାନଙ୍କ ପାଖରେ ଟିକେଟ ନଥିଲେ ମଧ୍ୟ ଟିଟିଇ ତାଙ୍କ ବାହାରକୁ ବାହାର କରି ପାରିବେ ନାହିଁ । ସେମାନେ ବିନା ଟିକେଟରେ ଯାତ୍ରା କରିପାରିବେ ବୋଲି ସୂଚନା ଦିଆ ଯାଇଛି । ବହୁତ ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇ ସାରିଥିବା ବେଳେ ଏବେ ଏହାକୁ ସବୁ ରେଳ ଷ୍ଟେସନରେ କାର୍ଯ୍ୟକାରୀ କରାଯିବ ବୋଲି ଜଣା ପଡ଼ିଛି ।

The Better India

ସୂଚନା ମୁତାବକ, ୧୯୮୯ରେ ମହିଳାମାନଙ୍କର ସୁରକ୍ଷାକୁ ଆଖି ଆଗରେ ରଖି ରେଳ ମନ୍ତ୍ରାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ । ଟିକେଟ ନଥିବାରୁ ମହିଳାମାନଙ୍କୁ ଅଜଣା ସ୍ଥାନରେ ଓହ୍ଲାଇ ଦେବା ହେତୁ ସେମାନେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ । ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରେଳ ମନ୍ତ୍ରାଳୟ ୧୯୮୯ରେ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ । କିନ୍ତୁ ଏହାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନଥିଲା । ଏବେ ମହିଳାମାନଙ୍କ ପ୍ରତି ବିପଦ ବଢ଼ୁଥିବାରୁ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଉଛି ରେଳ ମନ୍ତ୍ରାଳୟ ।

ସମ୍ବନ୍ଧିତ ଖବର