ଭାରତ ଏସ-୪୦୦ କିଣିବା ପଥରେ ଆଉ ଏକ ବଡ଼ ପ୍ରତିବନ୍ଧକ ରହିଛି, ତାହା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତ ଋଷିଆରୁ ଏସ-୪୦୦ କିଣିବା ପାଇଁ ଗତକାଲି ଚୁକ୍ତି କରିଛି । ଏହା ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବ । ବିଶ୍ୱର ସୁପରପାଓ୍ଵାର ଆମେରିକାର ବାରଣ ସତ୍ତ୍ୱେ ଭାରତ ଏହାକୁ କିଣିଛି । ଆମେରିକା ମଧ୍ୟ ଭାରତ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛି। କିନ୍ତୁ ଏହାଦ୍ୱାରା ଯେ ସମସ୍ୟା ଶେଷ ହୋଇଯାଇଛି ତାହା ଭାବିବା ଠିକ ନୁହେଁ । କାରଣ  ଆମେରିକା ଯଦି  ବି କାଟ୍‌ସା ଆଇନ ଭାରତ ଉପରେ ଲାଗୁ ନ କରେ, ଆଉ ଏକ ବଡ଼ ସମସ୍ୟା ରହିଯାଇଛି । ତାହା ହେଉଛି ଆମେରିକା ଋଷିଆର କେତେକ ଡିଫେନ୍ସ କମ୍ପାନିଙ୍କ ଉପରେ କଟକଣା ଲଗାଇଛି । ଅର୍ଥାତ ଏସବୁ କମ୍ପାନିରୁ କୌଣସି ସାମଗ୍ରୀ କିଣିଲେ ଆମେରିକାର ବ୍ୟାଙ୍କମାନେ ଡଲାର ଯୋଗାଇବେ ନାହିଁ । ଏସବୁ କମ୍ପାନିଙ୍କ ମଧ୍ୟରେ ଅଛି ଏସ-୪୦୦ ତିଆରି କରୁଥିବା ଋଷୀୟ କମ୍ପାନି ଆଲମାଜ ଆଣ୍ଟେ । ଋଷିଆ ସରକାରଙ୍କ ଜରିଆରେ ଭାରତ ପ୍ରାୟ ୫.୪୩ ବିଲିୟନ ଡଲାର ( ୫୪୩ କୋଟି ଡଲାର) ଏହି କମ୍ପାନିକୁ ପ୍ରଦାନ କରିବ । କିନ୍ତୁ ଏହି କମ୍ପାନିଟି ଆମେରିକୀୟ ବ୍ୟାଙ୍କମାନଙ୍କ କଳା ତାଲିକାରେ ଥିବାରୁ ଭାରତ ଡଲାର ସଂଗ୍ରହ କରିବା କଷ୍ଟକର ହୋଇପାରେ ।  ଅବଶ୍ୟ ଆମେରିକା ଭାରତକୁ ଏ କ୍ଷେତ୍ରରେ କୋହଳ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର