ପାଟନା : ରାଜନୈତିକ ଦଳମାନେ ନିଜ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ବିହାର ନିର୍ବାଚନ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ରାଜନୈତିକ ଦଳ ଗୁଡ଼ିକ କିଭଳି ମାନୁଛନ୍ତି ତାହାର ପ୍ରଥମ ପରୀକ୍ଷା ଏହି ରାଜ୍ୟରେ ଦେଖିବାକୁ ମିଳିବ। ଚଳିତବର୍ଷ ବିହାର ବିଧାନସଭା ନିର୍ବାଚନ ଥିଲାବେଳେ ସୁପ୍ରିମ୍ କୋର୍ଟଙ୍କ ଏହି ନିର୍ଦ୍ଦେଶ ରାଜନୈତିକ ଦଳଗୁଡ଼ିକ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନିର୍ବାଚନରେ ସ୍ବଚ୍ଛତା ରକ୍ଷା କରିବା ଉଦ୍ଦେଶ୍ୟରେ ସୁପ୍ରିମ କୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନ ପ୍ରାର୍ଥୀ ଚୟନ, ବିଜୟ ସମ୍ଭାବନା ଏବଂ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ରାଜନୈତିକ ଦଳ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି ବୋଲି ବିହାରର ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀ ଦୁଇ ଥର ଚିନ୍ତା କରିବାକୁ ପଡ଼ିବ। ବିହାର ଇଲେକ୍ସନ ୱାଚ୍ର ଏକ ରିପୋର୍ଟ ଅନୁଯାୟୀ, ଗତ ୨୦୧୫ ବିଧାନସଭାରେ ନିର୍ବାଚିତ ବିହାରର ୨୪୩ ବିଧାୟକଙ୍କ ମଧ୍ୟରୁ ୧୪୨ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୯୦ ଜଣ ବିଧାୟକଙ୍କ ନାମରେ ହତ୍ୟା, ଦଙ୍ଗା, ଅପହରଣ ଭଳି ମାମଲା ରହିଛି।
ଅପରାଧୀ ରାଜନେତାଙ୍କ ପାଇଁ ବିହାର ନିର୍ବାଚନ ପ୍ରଥମ ପରୀକ୍ଷା
/sambad/media/post_attachments/wp-content/uploads/2019/12/vote-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)